ରିପୋର୍ଟ କାର୍ଡ / ଭୁବନେଶ୍ଵର
ଅନଲାଇନରେ ଶିଶୁଙ୍କୁ ଯୌନ ଶୋଷଣ ଅଭିଯୋଗ ମାମଲାରେ ଢେଙ୍କାନାଳ କଲୋନୀ ସାହିର ସୁରେନ୍ଦ୍ର ନାୟକ ନାମକ ଅଭିଯୁକ୍ତକୁ ସିବିଆଇ ଗିରଫ କରିଛି। ଅଶ୍ଳୀଳ ଫିଲ୍ମ ଶେଆର ଓ ସେଥିରୁ ରୋଜଗାର କରିବା କାରଣରୁ ସେହି ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗିରଫ ପରେ ସୁରେନ୍ଦ୍ରକୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ଚାଲାଣ କରାଯାଇଛି। କାଲି ସୁରେନ୍ଦ୍ରଙ୍କ ଘରେ ସିବିଆଇ ରେଡ୍ ବେଳେ ତମ୍ବିତୋଫାନ ହୋଇଥିଲା। ସାହି ଲୋକେ ସିବିଆଇ ଅଧିକାରୀଙ୍କୁ ଘେରି ମାରଧର୍ କରିଥିଲେ। ତେବେ ଏହି ଘଟଣାରେ ଏ ପର୍ଯ୍ୟନ୍ତ କୌଣସି ମାମଲା ହୋଇନଥିବା ଜଣାପଡିଛି। ସୋମବାର ସକାଳେ ଟାଉନ ଥାନା କଲୋନୀ ସାହିର ବାସିନ୍ଦା ସୁରେନ୍ଦ୍ର ନାଏକଙ୍କ ଘରେ ପହଞ୍ଚି ସିବିଆଇ ଜେରା କରିଥିଲା। ତେବେ ସୁରେନ୍ଦ୍ରଙ୍କୁ ସେମାନେ ଛାଡ଼ୁନଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ଗାଁ ଲୋକେ ଏନେଇ ଟାଉନ୍ ଥାନାକୁ ଖବର ଦେଇଥିଲେ। ଟାଉନ୍ ଥାନା ପୁଲିସ ପହଞ୍ଚିବା ପୂର୍ବରୁ ଗାଁ ଲୋକେ ଘର ଭିତରୁ ସିବିଆଇ ଅଧିକାରୀଙ୍କୁ ଘୋଷାରି ଆଣିଥିଲେ। ସେମାନଙ୍କୁ ଟଣାଓଟରା କରିଥିଲେ। ଏପରିକି ସେମାନଙ୍କୁ ଠେଙ୍ଗାରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯାହାଫଳରେ ରେଡ୍ କରିବାକୁ ଆସିଥିବା ସିବିଆଇ ଅଧିକାରୀ ନାକେଦମ୍ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ଆକ୍ରୋଶରୁ ସିବିଆଇ ଅଧିକାରୀଙ୍କୁ ପୁଲିସ ଉଦ୍ଧାର କରିଥିଲା।
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….