Report Card Odisha

| Daily Odia News

ଟିଏମସି ବିଧାୟକ ଗିରଫ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଶ୍ଚିମବଙ୍ଗ ଶିକ୍ଷକ ଚୟନ ଦୁର୍ନୀତି ମାମଲାରେ ‘ତୃଣମୂଳ କଂଗ୍ରେସ’ ବିଧାୟକ ଜୀବନକୃଷ୍ଣ ସାହାଙ୍କୁ ଆଜି ‘ସିବିଆଇ’ ଗିରଫ କରିଛି। ସୂଚନାଯୋଗ୍ୟ, ବୁରବାନ୍‌ର ବିଧାୟକ ଜୀବନକୃଷ୍ଣଙ୍କୁ ଶୁକ୍ରବାରଠାରୁ ‘ସିବିଆଇ’ ଜେରା କରୁଥିଲା। ‘ସିବିଆଇ’ କହିଛି ଯେ, ୯ମ-୧୦ମ ଶ୍ରେଣୀ ଶିକ୍ଷକ ଚୟନ ନିମନ୍ତେ ପ୍ରାର୍ଥୀମାନଙ୍କଠାରୁ ଅର୍ଥ ଆଦାୟ କରିବାରେ ସେ ହିଁ ଥିଲେ ମୁଖ୍ୟ ମାଧ୍ୟମ। ‘ସିବିଆଇ’ ଅଧିକାରୀମାନେ ଜୀବନକୃଷ୍ଣଙ୍କ ବାସଭବନରେ ପହଞ୍ଚିବାରୁ ସେ ତାଙ୍କ ମୋବାଇଲ୍‌ ଫୋନ୍‌ ସବୁକୁ ଗୋଟାଏ ପୋଖରୀକୁ ଫିଙ୍ଗିଦେଇଥିଲେ ରବିବାର ଦିନ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାସ୍ଥିତ ନିଜ ବାସଭବନରେ ଜୀବନକୃଷ୍ଣଙ୍କୁ ‘ସିବିଆଇ’ ମାରାଥନ୍‌ ଜେରା କରୁଥି‌ବା ବ‌େଳେ ପୋଖରୀ ଭିତରୁ ତାଙ୍କ ମୋବାଇଲ୍‌ ଫୋନ୍‌ ମଧ୍ୟ ଉଦ୍ଧାର କରାଯାଇଥିଲା। ଜଣେ ‘ସିବିଆଇ’ ଅଧିକାରୀ କହିଛନ୍ତି ଯେ, ପ୍ରାୟ ୩୦ ଘଣ୍ଟା ତଳେ ବାସଭବନ ପାଖରେ ଥିବା ଏକ ପୋଖରୀକୁ ଜୀବନକୃଷ୍ଣ ୨ଟି ମୋବାଇଲ୍‌ ଫୋନ୍‌ ଫିଙ୍ଗି ଦେଇଥିଲେ। ପମ୍ପ୍‌ ଯୋଗେ ପୋଖରୀ ଶୁଖାଇ ସେଥିରୁ ଗୋଟିକୁ ଉଦ୍ଧାର କରିଛୁ। କିନ୍ତୁ ଦ୍ବିତୀୟ ଫୋନ୍‌ଟି ମିଳିନାହିଁ। ଉଦ୍ଧାର କରାଯାଇଥିବା ଫୋନ୍‌ରୁ ତଥ୍ୟାବଳି ସଂଗ୍ରହ କରିବା ଲାଗି ବିଶେଷଜ୍ଞମାନେ ଉଦ୍ୟମ ଚଳାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାହାଙ୍କ ବାସଭବନ ନିକଟରେ ଥିବା ଆବର୍ଜନା ଫିଙ୍ଗା ସ୍ଥାନରୁ କାଗଜପତ୍ର ଥିବା ଅନ୍ୟୂନ ୫ଟି ବ୍ୟାଗ୍‌ ‘ସିବିଆଇ’ ଅଧିକାରୀମାନେ ଜବତ କରିଛନ୍ତି। ଏହି ମାମଲାରେ ଗିରଫ ହେବାରେ ଜୀବନକୃଷ୍ଣ ହେଉଛନ୍ତି ୩ୟ ‘ତୃଣମୂଳ କଂଗ୍ରେସ୍’ ବିଧାୟକ। ତାଙ୍କ ପୂର୍ବରୁ ‘ତୃଣମୂଳ କଂଗ୍ରେସ୍’ ବିଧାୟକ ପାର୍ଥ ଚାଟାର୍ଜୀ ଓ ମାଣିକ ଭଟାଚାର୍ଯ୍ୟଙ୍କୁ ‘ସିବିଆଇ’ ଗିରଫ କରିଥିଲା।

Breaking News