Report Card Odisha

| Daily Odia News

ଆନ୍ଧ୍ର ସିଏମ୍ ଜଗନ୍ ରେଡ୍ଡିଙ୍କ ଦାଦା ଗିରଫ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ପୂର୍ବ ସାଂସଦ ଅବିନାଶ ରେଡ୍ଡୀଙ୍କ ବାପା ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୟେସ ଜଗନ ମୋହନ ରେଡ୍ଡୀଙ୍କ ଦାଦା ୟେ ଭାସ୍କର ରେଡ୍ଡୀ ଗିରଫ ହୋଇଛନ୍ତି। ପୂର୍ବତନ ସାଂସଦ ବିବେକାନନ୍ଦ ରେଡ୍ଡୀଙ୍କ ହତ୍ୟା ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତାଙ୍କୁ ଗିରଫ କରିଛି । ୟେ ଭାସ୍କର ରେଡ୍ଡୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଧାରା ୧୨୦ ବି ଷଡଯନ୍ତ୍ର, ୩୦୨ ହତ୍ୟା, ୨୦୧ ପ୍ରମାଣ ନଷ୍ଟ କରିବା ଆଦି ମାମଲା ରହିଛି । ଉଲ୍ଲେଖ ଯୋଗ୍ୟ- ୨୦୧୯ ରାଜ୍ୟ ବିଧାନସଭା ନିର୍ବାଚନର କିଛି ସପ୍ତାହ ପୂର୍ବରୁ ମାର୍ଚ୍ଚ ୧୫ ରାତିରେ ତାଙ୍କୁ ପୁଲିଭେଣ୍ଡୁଲାସ୍ଥିତ ତାଙ୍କ ବାସଭବନରେ ହତ୍ୟା କରାଯାଇଥିଲା । ଏହି ହତ୍ୟା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ଏସଆଇଟି ଗଠନ କରିଥିଲେ। ଏହା ପରେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା |

Breaking News