Report Card Odisha

| Daily Odia News

ସିବିଆଇ,ଇଡି ଓଡ଼ିଶାମୁହାଁ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଓଡ଼ିଶାରେ ଏକାଧିକ ତଦନ୍ତକାରୀ ସଂସ୍ଥା ଡେରା ପକାଇଛନ୍ତି। ବହୁ ଚର୍ଚ୍ଚିତ ଚିଟ୍‌ଫଣ୍ଡ ମାମଲା ତଦନ୍ତ ଅଧପନ୍ତରିଆ ରହିଛି। ସିବିଆଇ ହାତ ବାନ୍ଧି ବସିଯାଇଥିଲା। ହେଲେ ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ସିବିଆଇ ତନାଘନା ଜାରି ରହିଛି। ସେପଟେ କଳା ଟଙ୍କା ଠୁଳ ଓ ଆୟକର ଫାଙ୍କି ଅଭିଯୋଗରେ ଆୟକର ବିଭାଗ ଡିଏନ୍ ଗ୍ରୁପ ଉପରେ ଚଢଉ ସାରି ଫେରିଛନ୍ତି। ପାକିସ୍ତାନ ସେନାକୁ ତଥ୍ୟ ଯୋଗାଇବା ଅଭିଯୋଗରେ ଗିରଫ ଅଭିଯୁକ୍ତଙ୍କୁ ଜେରା ପାଇଁ ଏକାଧିକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରଥମ ପର୍ଯ୍ୟାୟ ତଦନ୍ତ ସାରି ଫେରିଛନ୍ତି। ଖୁବ୍ ଶୀଘ୍ର ପୁଣି ଗୋଟିଏ ଟିମ୍ ଆସିବା ନେଇ ସୂଚନା ମିଳୁଛି। ଏସବୁ ଘଟଣାକୁ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିବା ବେଳେ ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପୁଣି ଥରେ ଘଣ୍ଟାଚକଟା ଆରମ୍ଭ କରିବେ ବୋଲି ଚର୍ଚ୍ଚା ହେଉଛି | ଖୁବ୍ ଶୀଘ୍ର ଚିଟ୍ ଫଣ୍ଡ ଘଟଣାରେ ସିବିଆଇ ମଧ୍ୟ ଫେରିବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଏହି ଖବରକୁ ନେଇ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ରାଜନୈତିକ ନେତା ଙ୍କୁ ଛନକା ପଶିଥିବା ଜଣାପଡିଛି |

Breaking News