Report Card Odisha

| Daily Odia News

୧୫ରୁ ଦଶମ ଓ ଦ୍ୱାଦଶ ପରୀକ୍ଷ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ ଦ୍ବାରା ପରିଚାଳିତ ବିଦ୍ୟାଳୟର ଦଶମ ଓ ଦ୍ୱାଦଶ ଶ୍ରେଣୀ ଥିଓରି ପରୀକ୍ଷା ଫେବ୍ରୁଆରି ୧୫ରୁ ଆରମ୍ଭ ହେବ। ଉଭୟ ଶ୍ରେଣୀର ପରୀକ୍ଷା ପ୍ରତିଦିନ ପୂର୍ବାହ୍ନ ୧୦ଟା ୩୦ରେ ରହିଛି। ଦଶମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ ୫ ଯାଏ ଚାଲିବ |ଏନେଇସିବିଏସ୍‌ଇ ପକ୍ଷରୁ କାର୍ଯ୍ୟସୂଚୀ ଜାରି ହୋଇଛି। ଦଶମ ଶ୍ରେଣୀର ପ୍ରଥମ ଦିନ ପେଣ୍ଟିଂ ସମେତ ମୋଟ ୬ଟି ବିଷୟର ପରୀକ୍ଷା ରହିଛି। ସେହିପରି ଫେବ୍ରୁଆରି ୨୭ରେ ଇଂରାଜୀ ବିଷୟର ପରୀକ୍ଷା ଥିବା ବେଳେ ମାର୍ଚ୍ଚ ୧ରେ ଓଡ଼ିଆ, ୪ରେ ବିଜ୍ଞାନ, ୧୩ରେ ଆଇଟି/କମ୍ପ୍ୟୁଟର ଆପ୍ଲିକେସନ, ୧୫ରେ ସୋସିଆଲ ସାଇନ୍ସ, ୨୧ରେ ଗଣିତ ବିଷୟର ପରୀକ୍ଷା ଅନୁଷ୍ଠିତ ହେବ। ଦ୍ବାଦଶ ଶ୍ରେଣୀ ପରୀକ୍ଷାର ପ୍ରଥମ ଦିନ ଏଣ୍ଟରପ୍ରିନୁଅରସିପ୍‌ ବିଷୟ ପରୀକ୍ଷା ରହିଛି। ସେହିପରି ଫେବ୍ରୁଆରି ୨୦ରେ ହିନ୍ଦୀ, ୨୪ରେ ଇଂରାଜୀ, ୨୮ରେ ରସାୟନ ବିଜ୍ଞାନ, ମାର୍ଚ୍ଚ ୨ରେ ଭୂଗୋଳ, ୬ରେ ପଦାର୍ଥ ବିଜ୍ଞାନ, ୧୧ରେ ଗଣିତ, ୧୩ରେ ଫିଜିକାଲ ଏଜୁକେସନ, ୧୬ରେ ଜୀବ ବିଜ୍ଞାନ, ୧୭ରେ ଅର୍ଥନୀତି, ୨୦ରେ ରାଜନୀତି ବିଜ୍ଞାନ, ୨୫ରେ ବିଜନେସ୍‌ ଷ୍ଟଡିଜ୍‌, ୨୯ରେ ଇତିହାସ, ୩୧ରେ ଆକାଉଣ୍ଟାନ୍ସି, ଏପ୍ରିଲ ୧ରେ ଗୃହ ବିଜ୍ଞାନ, ୩ରେ ସାମାଜିକ ବିଜ୍ଞାନ, ୫ରେ ମନସ୍ତତ୍ତ୍ବ ବିଜ୍ଞାନ ପରି ପ୍ରମୁଖ ବିଷୟର ପରୀକ୍ଷା ହେବ।

 

Breaking News