Report Card Odisha

| Daily Odia News

ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ହେବ, କେମିତି ହେବ ଏନେଇ ଜୁନ ୧ରେ ଘୋଷଣା ହେବ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ସଂକ୍ରମଙ୍କୁ ଦୃଷ୍ଟିରେ ରଖି ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ କରାଯାଇଥିଲା । ପରୀକ୍ଷା ହେବ କି ନାହିଁ ଛାତ୍ରଛାତ୍ରୀ ଅପେକ୍ଷା ଦ୍ବନ୍ଦରେ ଥିଲେ। ଅନ୍ୟପଟେ ଏହାକୁ ନେଇ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବୈଠକରେ ଅନେକ ରାଜ୍ୟ ଦ୍ବାଦଶ ପରୀକ୍ଷାକୁ ନେଇ ନିଜ ନିଜର ରାୟ ରଖିଛନ୍ତି । ଆଜିର ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଧ୍ୟକ୍ଷତା କରିଥିବା ବେଳେ ରମେଶ ପୋଖରିଆଲ ନିଶଙ୍କଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇଥିଲେ । ମିଳିଥିବା ସୂଚନା ଅନୁସାରେ ସିବିଏସଇ ପକ୍ଷରୁ ପରୀକ୍ଷା ତାରିଖ ଜୁନ ପହିଲାରେ ଘୋଷଣା ହେବ। ଏହି ବୈଠକ ଦ୍ବାଦଶ ପରୀକ୍ଷା ଏବଂ ପ୍ରବେଶିକା ପରୀକ୍ଷାକୁ ନେଇ ଆୟୋଜନ ହୋଇଥିଲା। ଏଥିରେ କେନ୍ଦ୍ର ସରକାର ଦୁଇଟି ପ୍ରସ୍ତାବ ରଖିଥିବା ବେଳେ ସିବିଏସଇ ଦ୍ବାଦଶ ପରୀକ୍ଷା ପାଇଁ ଦୁଇଟି ବିକଳ୍ପ ପ୍ରସ୍ତାବ ମଧ୍ୟ ରଖିଛି। ଏହା ସହ ରାଜ୍ୟ ବୋର୍ଡ ପରୀକ୍ଷାକୁ ନେଇ ନିଜେ ନିଷ୍ପତ୍ତି ନେଇପାରିବେ ବୋଲି ବୈଠକରେ ସ୍ଥିର ହୋଇଛି। ସୂଚନାନୁସାରେ, ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ହେବ। ପରୀକ୍ଷା ଆୟୋଜନ କେଉଁ ଫର୍ମାଟରେ କେବେ ଓ କେମିତି ହେବ ଏନେଇ ଜୁନ ୧ରେ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସୂଚନା ଦେବେ। ଏହା ସହ ସବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ତାରିଖ ଘୋଷଣା କରାଯିବ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପ୍ରସ୍ତାବ ଦେଇଛି ଯେ, କେବଳ ପ୍ରମୁଖ ବିଷୟ ପାଇଁ ଦ୍ବାଦଶ ପରୀକ୍ଷା ଆୟୋଜିତ ହେବ। ବୋର୍ଡ ଦ୍ବାଦଶ ପରୀକ୍ଷା ପାଇଁ ୧୭୪ଟି ବିଷୟରେ ପରୀକ୍ଷା ଆଯୋଜନ ହୋଇଥାଏ। ଏଥିରୁ ୨୦ଟି ବିଷୟକୁ ବୋର୍ଡ ଗୁରୁତ୍ବପୂର୍ଣ୍ଣ ଭାବେ ଗ୍ରହଣ କରେ। ଏଥିରେ ଫିଜିକ୍ସ, କେମିଷ୍ଟ୍ରି, ଗଣିତ, ଜୀବ ବିଜ୍ଞାନ, ଇତିହାସ, ରାଜନୀତି ବିଜ୍ଞାନ ଭୂଗୋଳ, ଅର୍ଥଶାସ୍ତ୍ର, ଇଂରାଜୀ ଆଦି ସାମିଲ। ଗୁରୁତ୍ବପୂର୍ଣ୍ଣ ବିଷୟ ପରୀକ୍ଷା କରିବାକୁ ବୋର୍ଡ କେନ୍ଦ୍ରକୁ ଦୁଇଟି ବିକଳ୍ପ ପ୍ରସ୍ତାବ ଦେଇଛି। ଅନ୍ୟପଟେ ବୋର୍ଡର ପ୍ରସ୍ତାବ ଅନୁସାରେ ଗୁରୁତ୍ବପୂର୍ଣ୍ଣ ବିଷୟରେ ପିଲାମାନେ ନିଜ ସ୍କୁଲରେ ବସି ପରୀକ୍ଷା ଦେଇପାରିବେ। ନିଜ ସ୍କୁଲରେ ପରୀକ୍ଷା ଆୟୋଜନ ହେଲେ ୩ ଘଣ୍ଟା ପରିବର୍ତେ ଦେଢ଼ ଘଣ୍ଟାରେ ପରୀକ୍ଷା ଶେଷ ହୋଇପାରିବ ବୋଲି ବୋର୍ଡ କହିଛି। ତେବେ ଏଥିପାଇଁ ଛାତ୍ରଛାତ୍ରୀ ୩ କିମ୍ବା ୪ଟି ବିଷୟ ବାଛିପାରିବେ। ଯଦି ଦ୍ବିତୀୟ ବିକଳ୍ପ ଅନୁସାରେ ପରୀକ୍ଷା ହୁଏ ତେବେ ପ୍ରଶ୍ନପତ୍ରରେ ଅବଜେକ୍ଟିଭ୍‌ ପ୍ରଶ୍ନ ସାମିଲ କରାଯିବ। ବିକଳ୍ପ ବିଷୟର ମାର୍କ ଅନୁସାରେ ପଞ୍ଚମ ଏବଂ ଷଷ୍ଠ ବିଷୟର ମାର୍କ ଧାର୍ଯ୍ୟ କରାଯିବ।

 

Breaking News