Report Card Odisha

| Daily Odia News

ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କଲା ସିବିଏସଇ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରସ୍ତୁତ ପାଇଁ ମୂଲ୍ୟାଙ୍କର ନୀତି ଜାରି। ବୋର୍ଡ ପକ୍ଷରୁ ଫଳାଫଳ ଘୋଷଣା ପାଇଁ ପ୍ରସ୍ତୁତି ଚାଲିଛି। ଦ୍ୱାଦଶ ପରୀକ୍ଷାର ଫଳ ଦଶମ,ଏକାଦଶ ଏବଂ ଦ୍ୱାଦଶର ପ୍ରିବୋର୍ଡ ପରୀକ୍ଷା ଫଳ ଏବଂ ପ୍ରାକ୍ଟିକାଲରେ ପାଇଥିବା ନମ୍ବରକୁ ଦେଖି ବାହାର କରାଯିବ। ଯଦି ଛାତ୍ରଛାତ୍ରୀ ଏହି ଫଳାଫଳରେ ସନ୍ତୁଷ୍ଟ ନ ହୁଅନ୍ତି ତେବେଳ ସେମାନଙ୍କୁ ପରୀକ୍ଷା ଦେବା ପାଇଁ ସୁଯୋଗ ଦିଆଯିବ। ଏଥିପାଇଁ ବୋର୍ଡ ପକ୍ଷରୁ ପରୀକ୍ଷା ଆୟୋଜନ କରାଯିବ। ସିବିଏସଇ ଦ୍ୱାଦଶ ଫଳାଫଳ ଜୁଲାଇ ୨୧, ୨୦୨୧ ସୁଦ୍ଧା ଘୋଷଣା ହେବ ବୋଲି ସୋମବାର ଦିନ ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇ ଏକ ଆଫିଡେଭିଟ୍ ଦାଖଲ କରିଛି। ଯେଉଁଠାରେ ଛାତ୍ର ତାଙ୍କ ମାର୍କରେ ସନ୍ତୁଷ୍ଟ ହେବେ ନାହିଁ । ସେମାନଙ୍କ ପାଇଁ ବୈକଳ୍ପିକ ପରୀକ୍ଷା ୧୫ ଅଗଷ୍ଟ ୨୦୨୧ ରୁ ୧୫ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ କରାଯିବ। ଏଥିପାଇଁ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ । ଏଥି ସହିତ ପତ୍ର ମାଧ୍ୟମ, କମ୍ପାର୍ଟମେଣ୍ଟ ଏବଂ ବେସରକାରୀ ଛାତ୍ରମାନଙ୍କ ପାଇଁ ମଧ୍ୟ ପରୀକ୍ଷା ଆୟୋଜନ କରାଯିବ ।

 

 

Breaking News