Report Card Odisha

| Daily Odia News

ଜୁନ୍‍ ପରେ ସିବିଏସଇ ଦ୍ୱାଦଶ ବୋର୍ଡ ପରକ୍ଷା ନିଷ୍ପତି….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ କୋଭିଡର ଦ୍ୱିତୀୟ ଲହର ସ୍ଥିତିକୁ ଦୃଷ୍ଟିରେ ରଖି ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ହେବ କି ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଥିଲା | ଆଜି ବୋର୍ଡ ପକ୍ଷରୁ ସୂଚନା ମିଳିଛି କି ପରୀକ୍ଷା ସମ୍ପର୍କରେ ଜୁନ୍‍ ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ସିବିଏସଇର ଜଣେ ଅଧିକାରୀ କହିଛନ୍ତି, ଯଦି ଦେଶରେ କୋଭିଡ ପରିସ୍ଥିତି ଅଧିକ ଖରାପ ଆଡକୁ ଗତିକରେ ତେବେ ଦଶମ ଶ୍ରେଣୀ ଭଳି ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ମୂଲ୍ୟାୟନ ପଦ୍ଧତି ଅନୁସରଣ କରାଯାଇପାରେ। ତେବେ ତାହା ଏବେଠାରୁ କହିବା କଷ୍ଟକର। ଯଦି ଜୁଲାଇରେ ପରୀକ୍ଷା ସମ୍ଭବ ନହୁଏ ତେବେ ପରୀକ୍ଷା ପାଇଁ ଆଉ ବିଳମ୍ବ କରାଯିବ ନାହିଁ। କାରଣ ପରୀକ୍ଷା ପରିଚାଳନା ଠାରୁ ଖାତା ଦେଖା ଏବଂ ଫଳାଫଳ ପ୍ରକାଶ ଆଦି ପାଇଁ ଅତି କମରେ ଏକମାସ ଲାଗିଥାଏ। ମନେକରାଯାଉ ଜୁଲାଇରେ ପରୀକ୍ଷା କରାଯାଇ ଅଗଷ୍ଟ ଶେଷରେ ଫଳାପଳ ପ୍ରକାଶ ପାଇଲା। ଏହାପରେ ଛାତ୍ରଛାତ୍ରୀ ବିଭିନ୍ନ ମହାବିଦ୍ୟାଳୟ, ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ କିଭଳି ନାମ ଲେଖାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି।

Breaking News