ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ଏବଂ ଲକଡାଉନ୍-ସଟଡାଉନ୍ କଟକଣାକୁ ଦେଖି ଦଶମ ଶ୍ରେଣୀ ମାର୍କ ପାଇଁ ସିବିଏସଏ ର ଟାବୁଲେସନ ଅବଧିକୁ ବଢାଇ ଦିଆଯାଇଛି। ସିବିଏସଏ ଦଶମ ଶ୍ରେଣୀ ଟାବୁଲେସନ ଡେଡଲାଇନକୁ ଜୁନ୍ ୩୦ ତାରିଖକୁ ବୃଦ୍ଧି କରିଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ। ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶିକ୍ଷକ ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏପଟେ ସିବିିଏସଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ପାଇଁ ଦେଶବ୍ୟାପୀ ତେଜିଲା ଦାବି। ସାରା ଦେଶରେ କରୋନା ସଂକ୍ରମଣ ଦୃଷ୍ଟିରୁ ୨୦୨୧ ବର୍ଷ ଲାଗି ହେବାକୁ ଥିବା ଏହି ପରୀକ୍ଷାକୁ ବାତିଲ କରିବା ଲାଗି ଅଭିଭାବକ, ଛାତ୍ରଛାତ୍ରୀଙ୍କ ପକ୍ଷରୁ କ୍ୟାମ୍ପେନ୍ ଆରମ୍ଭ କରାଯାଇଛି। ଏ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ, ସିବିଏସ ନିକଟରେ ଆବେଦନ ସଂଖ୍ୟା ବଢ଼ିବାରେ ଲାଗିଛି।






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..