ରିପୋର୍ଟ କାର୍ଡ / ଭୁବନେଶ୍ବର
ଭରତପୁର ମାମଲାରେ ରାଜ୍ୟ ସରକାର ହାଇକୋର୍ଟରେ ତଥ୍ୟ ଦାଖଲ କରିଛନ୍ତି। ଥାନାରେ ସେନା ଅଧିକାରୀଙ୍କୁ ଏଭଳି ବ୍ୟବହାର ନେଇ ଏସଓପି ଅଣାଯାଇଛି ବୋଲି ସରକାର କହିଛନ୍ତି। ମାମଲାର ତଦନ୍ତ ଚାଲିଛି ଏବଂ ଖୁବ୍ ଶୀଘ୍ର ଚାର୍ଜ ସିଟ୍ ଦାଖଲ କରାଯିବ। ସେପଟେ ଥାନାରେ ସିସି ଟିଭି ଲଗାଯିବା ନେଇ ଏଡିଜି ମଧ୍ୟ କୋର୍ଟରେ ତଥ୍ୟ ରଖିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ସୁଦ୍ଧା ୯୬ ପ୍ରତିଶତ ଥାନାରେ ସିସି ଟିଭି ଲାଗିଛି। ମାର୍ଚ୍ଚ ସୁଦ୍ଧା ବାକି ଥିବା ସବୁ ଫାଣ୍ଡିରେ ସିସିଟିଭି ଲଗାଯିବ। ଦାନା ପ୍ରଭାବିତ କିମ୍ବା ନୂଆ ବିଲ୍ଡିଂ ହୋଇଥିବା ଥାନାରେ ସିସି ଟିଭି ଲଗାଯାଇନି। ତେଣୁ ୨୦୨୫ ମାର୍ଚ୍ଚ ମାସ ସୁଦ୍ଧାର ସବୁ ଫାଣ୍ଡିରେ ସିସି ଟିଭି ଲଗାଯିବ ବୋଲି କହିଛନ୍ତି ଏଡିଜି।






More Stories
ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି…..
ପ୍ରମଥ ପଟ୍ଟନାୟକ କମିଶନର ଅଧ୍ୟକ୍ଷ…..
ଓଡ଼ିଶା ବନ୍ଦ ଡାକରାର ପ୍ରଭାବ…..