ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଳମ୍ବରେ ଅଫିସ୍ ଆସୁଥିବା କର୍ମଚାରୀଙ୍କ ବିରୁଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଅଫିସରେ ନ ପହଞ୍ଚିଲେ ଅଧା ଦିନର ଦରମା କଟିବା ନେଇ କର୍ମଚାରୀଙ୍କୁ ଚେତାବନୀ ଦେଇଛି କେନ୍ଦ୍ର। ସୂଚନା ଅନୁସାରେ, କେନ୍ଦ୍ରର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଦେଶର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଅଫିସରେ ଯୋଗଦାନ କରିବାର ଗୋଟିଏ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରିଛି। ଏହି ସମୟ ମଧ୍ୟରେ ଅଫିସରେ ନ ପହଞ୍ଚିଲେ ଅଧା ଦିନର ଦରମ କାଟିବାକୁ ନିଷ୍ପତ୍ତି ନେଇଛି ବିଭାଗ। କେନ୍ଦ୍ରର କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ନିଷ୍ପତ୍ତି ଅନୁସାରେ, ସମସ୍ତ କର୍ମଚାରୀ ସକାଳ ୯ .୧୫ ମଧ୍ୟରେ ଅଫିସରେ ପହଞ୍ଚିବାକୁ ବାଧ୍ୟ। ଯଦି ନିର୍ଦ୍ଧାରିତ ସମୟ ପରେ ଅଫିସ୍ ବାୟୋମେଟ୍ରିକରେ ପଞ୍ଚ୍ ହୋଇଥାଏ, ତେବେ ସମ୍ପୃକ୍ତ କର୍ମଚାରୀଙ୍କର ଅଧା ଦିନର ଦରମା କାଟି ଦିଆଯିବ। ସେହିପରି ଯଦି ଜଣେ କର୍ମଚାରୀ କୌଣସି କାରଣରୁ ଅଫିସ୍ ନ ଆସିବେ ତେବେ ତାଙ୍କୁ ଆଗୁଆ ଜଣାଇବାକୁ ପଡ଼ିବ ଏବଂ କାଜୁଆଲ୍ ଲିଭ୍(ସିଏଲ୍) ଆପ୍ଲାଏ କରିବାକୁ ପଡ଼ିବ ବୋଲି ବିଭାଗ ନିର୍ଦ୍ଦେଶ ଦେଇଛି। ପ୍ରକାଶ ଥାଉକି, କେନ୍ଦ୍ର ସରକାରୀ କାର୍ଯ୍ୟାଳୟଗୁଡ଼ିକ ସକାଳ 9 ଟାରୁ ସନ୍ଧ୍ୟା 5.30 ପର୍ଯ୍ୟନ୍ତ ଖୋଲା ରହିଥାଏ, କିନ୍ତୁ କନିଷ୍ଠ(ଜୁନିଅର) କର୍ମଚାରୀମାନେ ବିଳମ୍ବରେ ଆସି ଶୀଘ୍ର ଯିବା ଏକ ସାମାନ୍ୟ କଥା, ଯେଉଁଥିରେ ସାର୍ବଜନିକ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……