ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୪% ମହଙ୍ଗା ଭତ୍ତା ବୃଦ୍ଧି ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର । ଉପରୋକ୍ତ ନିଷ୍ପତ୍ତି ପରେ ସମ୍ପ୍ରତି ୪୨% ଥିବା କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ୪୬%କୁ ବୃଦ୍ଧି ପାଇବ। ଏହି ନିଷ୍ପତ୍ତିଦ୍ବାରା ୧ କୋଟିରୁ ଅଧିକ ସରକାରୀ କର୍ମଚାରୀ ଓ ପେନ୍ସନ୍ଭୋଗୀ ଉପକୃତ ହେବେ। ପ୍ରତିମାସରେ ‘ଲେବର୍ ବ୍ୟୁରୋ’ ପ୍ରକାଶ କରୁଥିବା ସଦ୍ୟତମ ‘କଞ୍ଜୁମର୍ ପ୍ରାଇସ୍ ଇଣ୍ଡେକ୍ସ୍ ଫର୍ ଇଣ୍ଡଷ୍ଟ୍ରିଆଲ୍ ୱାର୍କର୍ସ’ ଆଧାରରେ କର୍ମଚାରୀ ଓ ପେନ୍ସନ୍ଭୋଗୀଙ୍କ ନିମନ୍ତେ ମହଙ୍ଗା ଭତ୍ତା ହିସାବ କରାଯାଏ। ‘ଲେବର୍ ବ୍ୟୁରୋ’ ହେଉଛି ଶ୍ରମ ମନ୍ତ୍ରାଳୟର ଶାଖା। ୨୦୨୩ ମାର୍ଚ ୨୪ ତାରିଖରେ ଶେଷ ଥର ପାଇଁ ମହଙ୍ଗା ଭତ୍ତା ବୃଦ୍ଧି ପାଇଥିଲା।






More Stories
ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ……
୧୭ରୁ ବଜେଟ ଅଧିବେଶନ: ଆଜି ସର୍ବଦଳୀୟ ବୈଠକ…..
ଦାୟିତ୍ୱ ବାଣ୍ଟିଲେ ନବୀନ…..