Report Card Odisha

| Daily Odia News

ଖାଇବା ତେଲ ଦାମ କମାଇଲେ କେନ୍ଦ୍ର ସରକାର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼ରୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ସରକାର ପେଟ୍ରୋଲ ପିଛା ୫ଟଙ୍କା ଓ ଡିଜେଲ୍ ଦର ପିଛା ୧୦ ଟଙ୍କା ଏକ୍ସାଇଜ୍ ଡ୍ୟୁଟି କମାଇଛନ୍ତି। ଏହା ପରେ ଆଜି ଖାଇବା ତେଲକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଶୁଳ୍କ ହ୍ରାସ କରିଛନ୍ତି। ଟିକସ ହ୍ରାସ ହୋଇଥିବାରୁ ବିଭିନ୍ନ ତେଲର ଲିଟର ପିଛା ଦାମ ୪ରୁ ୭ ଟଙ୍କା ଯାଏ ଶସ୍ତା ହେବ। କେନ୍ଦ୍ର ସରକାର ଆଜି ପାମୋଲିନ, ସୋୟାବିନ ଓ ସୂର୍ଯ୍ୟମୁଖୀ ଭଳି ତେଲ ଉପରେ ଲାଗୁଥିବା ଶୁଳ୍କକୁ ସଂପୂର୍ଣ୍ଣ ହଟାଇ ଦେଇଛନ୍ତି। ପୂର୍ବରୁ ଏହି ୩ ପ୍ରକାରର ଅଶୋଧିତ ତେଲରୁ ୨.୫%ରେ ଆମଦାନୀ ଶୁଳ୍କ ଆଦାୟ କରାଯାଉଥିଲା। କିନ୍ତୁ ଏବେ ଏହା ହ୍ରାସ ପାଇ ଶୂନ ହୋଇଛି। ସେହିପରି ଅଶୋଧିତ ପାମୋଲିନ୍ ତେଲ ଉପରେ ଲାଗୁଥିବା ୨୦% କୃଷି ସେସ୍‌କୁ ୭.୫% କରି ଦିଆଯାଇଛି। ଅଶୋଧିତ ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲ ଉପରେ ଲାଗୁଥିବା କୃଷି ସେସ୍ ମଧ୍ୟ ୫%କୁ ଖସିଛି । ଅର୍ଥ ମନ୍ତ୍ରଣାଳୟ କହିଛି, ବିଶୁଦ୍ଧ ପାମୋଲିନ, ସୋୟାବିନ ଓ ସୂର୍ଯ୍ୟମୁଖୀ ଉପରେ ଲାଗୁଥିବା ଟିକସ ପରିମାଣକୁ ୧୭.୫%କୁ ଖସିଛି। ପୂର୍ବରୁ ଏହା ୩୨.୫% ରହିଥିଲା। ଏହାବାଦ କେନ୍ଦ୍ର ସରକାର ବିଭିନ୍ନ ପ୍ରକାରର ଅଶୋଧିତ ଖାଇବା ତେଲ ଉପରେ ଲାଗୁ କରୁଥିବା କୃଷି ଭିତ୍ତିକ ସେସ୍‌କୁ ମଧ୍ୟ ହ୍ରାସ କରିଛନ୍ତି। ପୂର୍ବରୁ ସବୁ ପ୍ରକାରର ଅଶୋଧିତ ଖାଇବା ତେଲ ଉପରେ ୨୦% କୃଷି ଭିତ୍ତିକ ସେସ୍ ସଂଗ୍ରହ କରାଯାଉଥିଲା। କିନ୍ତୁ ଏବେ ଅଶୋଧିତ ପାମୋଲିନ ଉପରେ କୃଷି ଭତ୍ତିକ ସେସ୍‌ର ପରିମାଣ ୮.୫%, ସୋୟାବିନ ଓ ପାମୋଲିନ ଉପା ୫.୫% କୃଷି ଭିତ୍ତିକ ସେସ୍‌ ସଂଗ୍ରହ କରାଯିବ।

 

 

Breaking News