ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତ ୯ ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି | ହେଲେ ଏହା ବିଷୟରେ ପାଣିପାଗ ବିଭାଗ ପକ୍ଷରୁ ଅଧିକ କିଛି ସୂଚନା ଦିଆଯାଇ ନାହିଁ। ଏହା ପ୍ରଭାବରେ ରାଜ୍ୟରେ କେଉଁ ଜିଲ୍ଲାରେ ପାଗର ପରିବର୍ତ୍ତନ ହେବ ତଥା ବର୍ଷାର ସମ୍ଭାବନା ସମ୍ପର୍କରେ ମଧ୍ୟ କିଛି ସୂଚନା ଦିଆଯାଇନି। ଦେଖିବାକୁ ଗଲେ କିଛିଦିନ ହେବ ରାଜ୍ୟରେ ପାଗ ଶୁଖିଲା ରହିଛି। ପାହାନ୍ତିଆ ସମୟରେ ଅଳ୍ପ ଶୀତ ଅନଭୂତ ହେଉଛି। କନ୍ଧମାଳ ଜିଲ୍ଲାରେ ଶୀତର ପ୍ରକୋପ ଅଧିକ ଅନୁଭୂତି ହେଉଛି।






More Stories
ଘୂର୍ଣ୍ଣିଝଡ଼ ସମ୍ଭାବନା କମ୍….
ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….