ରିପୋର୍ଟ କାର୍ଡ / ଭୁବନେଶ୍ବର
ପୁଣି ବର୍ଷେ ବଢିଲା ସ୍ମାର୍ଟସିଟିର ଅବଧି। ଏନେଇ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟକୁ ଅବଗତ କରାଯାଇଛି। ଗତ ୨୦୧୫ରେ କେନ୍ଦ୍ର ସରକାର ୧୦୦ ସ୍ମାର୍ଟସିଟି ମିଶନ ଶୁଭାରମ୍ଭ କରିଥିଲେ। ଏଥିରେ ଭୁବନେଶ୍ୱର ଏବଂ ରାଉରକେଲା ସ୍ଥାନ ପାଇଥିଲା। ସହରର ଉନ୍ନତିକରଣ ସହିତ ସ୍ମାର୍ଟସିଟି ପାଇଁ ବିଭିନ୍ନ ପ୍ରକଳ୍ପ, ଯୋଜନା କାର୍ଯ୍ୟକାରୀ କରାଯାଉଛି। ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ସ୍ମାର୍ଟସିଟି ପ୍ରକଳ୍ପ ଶେଷ ହେବା ନେଇ ପୂର୍ବରୁ ଧାର୍ଯ୍ୟ ହୋଇଥିଲା। ଏବେ ଏହାକୁ ଆଉ ୧ ବର୍ଷ ଅର୍ଥାତ୍ ୨୦୨୪ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଚିଠିରେ ଉଲ୍ଲେଖ ରହିଛି ଯେ, ଏହି ଗୋଟିଏ ବର୍ଷରେ କୌଣସି ଅତିରିକ୍ତ ମୂଲ୍ୟ ବିନା ପୂର୍ବ ଅନୁମୋଦିତ ଆର୍ଥିକ ଆବଣ୍ଟନ ମଧ୍ୟରେ କାର୍ଯ୍ୟ କରାଯିବ। ଯେଉଁ କଳ୍ପ ଗୁଡିକ ଚାଲୁରହିଛି ବା ହେବାକୁ ବାକି ଅଛି ତାହାକୁ ସାରିବାକୁ କୁହାଯାଇଛି। ବର୍ତ୍ତମାନ କେତେକ ସହରରେ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ସରିନ ଥିବାରୁ ଏପରି ପଦକ୍ଷେପ ନିଆଯାଇଛି। ସେହିପରି ବର୍ଦ୍ଧିତ ସମୟରେ ‘ମିଶନ୍ ଟୁ ମୁଭ୍ମେଣ୍ଟ’ ଜରିଆରେ ସ୍ମାର୍ଟ ସହରଗୁଡିକର ସଫଳତାକୁ ନେଇ ଦେଶର ଅନ୍ୟ ସହରଗୁଡିକରେ ଉପଯୋଗ କରାଯିବା କାର୍ଯ୍ୟ କରାଯିବ।






More Stories
ଶପଥ ନେଲେ ତାରିକ ରହମାନ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..