ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଖୁବ୍ ଶୀଘ୍ର ଆସୁଛି ୭୫ ଟଙ୍କିଆ ମୁଦ୍ରା । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆସନ୍ତା ୨୮ରେ ନୂତନ ସଂସଦ ଭବନର ଉଦଘାଟନ ଅବସରରେ ୭୫ ଟଙ୍କିଆ ମୁଦ୍ରା ଜାରି କରାଯିବା ନେଇ ଘୋଷଣା କରାଯାଇଛି। ଏହି ମୁଦ୍ରାରେ ନୂତନ ସଂସଦ ଭବନର ଚିତ୍ର ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୮ ମେ’ରେ ନୂତନ ସଂସଦ ଭବନ ଉଦଘାଟନ କରିବେ। ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଏହି ୭୫ ଟଙ୍କିଆ ମୁଦ୍ରା ବୃତ୍ତାକାର ହେବ । ଏହି ମୁଦ୍ରା ୫୦ ପ୍ରତିଶତ ଚାନ୍ଦି, ୪୦ ପ୍ରତିଶତ ତମ୍ବା, ୫ ପ୍ରତିଶତ ନିକେଲ ଏବଂ ୫ ପ୍ରତିଶତ ଜିଙ୍କ ମିଶ୍ରଣ ଦ୍ୱାରା ପ୍ରସ୍ତୁତ ହେବ। ମୁଦ୍ରାରେ ସତ୍ୟମେବ ଜୟତେ ଲେଖାଯିବ ଏବଂ ଅଶୋକ ସ୍ତମ୍ଭ ମଧ୍ୟ ମୁଦ୍ରାରେ ରହିବ। ମୁଦ୍ରାର ବାମ ପାର୍ଶ୍ୱରେ ଦେବନାଗରୀ ଭାଷାରେ ଭାରତ ଏବଂ ଇଂରାଜୀରେ ଇଣ୍ଡିଆ ଲେଖାଯିବ। ସେହିଭଳି ମୁଦ୍ରାର ଉପର ପାର୍ଶ୍ୱରେ ସଂସଦ ଭବନ ଦେବନାଗରୀ ଭାଷାରେ ଲେଖାଯିବ ଏବଂ ଏହାର ଶେଷ ଅଂଶରେ ସଂସଦ ଭବନର ଫଟୋ ରହିବ। ମୁଦ୍ରାର ଡିଜାଇନ୍ ସମ୍ବିଧାନର ପ୍ରଥମ ସୂଚୀ ଅନୁଯାୟୀ କରାଯାଇଛି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..