ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିଠାରୁ ଏକ ନୂତନ ସମନ୍ୱିତ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ୨୦୨୩ ଅଧୀନରେ ୮୧ କୋଟିରୁ ଅଧିକ ହିତାଧିକାରୀଙ୍କୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇ ଦିଆଯିବ। କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ଅନୁଯାୟୀ ମାଗଣା ଖାଦ୍ୟଶସ୍ୟ ସମଗ୍ର ଦେଶରେ ‘ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ’ ଅଧୀନରେ କାର୍ଯ୍ୟ କରିବ। ଖାଦ୍ୟ ସୁରକ୍ଷା ଶୃଙ୍ଖଳାରେ ସମାନତା ଏବଂ ସ୍ୱଚ୍ଛତା ଆଣିବା ଏହି ଯୋଜନାର ଉଦ୍ଦେଶ୍ୟ। ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ଅନ୍ତୋଦୟ ଅନ୍ନ ଯୋଜନା ହିତାଧିକାରୀଙ୍କ ସମେତ ସମସ୍ତ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନ୍ତର୍ଗତ ହିତାଧିକାରୀଙ୍କୁ ମାଗଣା ଖାଦ୍ୟଶସ୍ୟ ପ୍ରଦାନ କରିବେ। ଦେଶରେ ପାଞ୍ଚ ଲକ୍ଷରୁ ଅଧିକ ଫେୟାର ପ୍ରାଇସ୍ ଦୋକାନ ମାଧ୍ୟମରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ। ଗୋଟିଏ ବର୍ଷରେ ଦୁଇ ଲକ୍ଷ କୋଟି ଟଙ୍କାରୁ ଅଧିକ ଖାଦ୍ୟ ସବସିଡି କେନ୍ଦ୍ର ସରକାର ବହନ କରିବେ। ଏହି ଯୋଜନା ଗରିବଙ୍କ ପାଇଁ ଖାଦ୍ୟଶସ୍ୟର ଉପଲବ୍ଧତା ଓ ସୁଲଭତା ବ୍ୟବସ୍ଥାକୁ ଦୃଢ଼ କରିବ।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……