ରିପୋର୍ଟ କାର୍ଡ / ଭୁବନେଶ୍ବର
କେନ୍ଦୁଝର ଘସିପୁରା ଗୁଣ୍ଡାଗର୍ଦ୍ଦିକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ କଡା ଚେତାବନୀ ଦେଇଛନ୍ତି । କୌଣସି ପ୍ରକାର ହିଂସାକୁ ବରଦାସ୍ତ କରାଯିବନି ବୋଲି ସେ କହିଛନ୍ତି । ଘସିପୁରା ଗୁଣ୍ଡାଗର୍ଦ୍ଦିକୁ ନେଇ ପୋଲିସ ଡିଜିଙ୍କ ସହ ସେ କଥା ହୋଇଥିବା ସୂଚନା ପ୍ରଦାନ କରିଛନ୍ତି। ସ୍ଥିତିକୁ ନିୟନ୍ତ୍ରଣ ଆଣିବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ କହିଛନ୍ତି । ଆସ୍କା ନିର୍ବାଚନମଣ୍ଡଳୀରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ସେ ସୂଚନା ପ୍ରଦାନ କରିଛନ୍ତି। ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ନିର୍ବାଚନ ପୂର୍ବରୁ, ନିର୍ବାଚନ ସମୟରେ ଏବଂ ନିର୍ବାଚନ ପରେ କୌଣସି ପ୍ରକାର ହିଂସାକାଣ୍ଡ କିମ୍ବା ଗୁଣ୍ଡାଗର୍ଦ୍ଦିକୁ ବରଦାସ୍ତ କରାଯିବନି।

ସୂଚନାଯୋଗ୍ୟ, ଗତକାଲି ଘସିପୁରାରେ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ସମର୍ଥକଙ୍କ ଦାଦାଗିରି ଦେଖିବାକୁ ମିଳିଥିଲା । ବିଚ୍ ରାସ୍ତାରେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକଙ୍କ ରାଲିକୁ ବିଜେଡି ନେତା ବଦ୍ରିନାରାୟଣ ପାତ୍ରଙ୍କ ସମର୍ଥକମାନେ ଅଟକାଇଥିଲେ । ସ୍ୱାଧୀନ ବିଧାୟକ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଚାର ଗାଡି ଯାଉଥିବା ବେଳେ ବଦ୍ରିଙ୍କ ସମର୍ଥକ ବିଚ୍ ରାସ୍ତାକୁ ଆସି ଗାଡି ଅଟକାଇ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ଧମକଚମକ ଦେଇଥିଲେ ।






More Stories
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….
ସଚିବଙ୍କୁ ଛୁଟି ମନା…..
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..