ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ବଢ଼ିଛି। ଫଳରେ ଶୀତ ପ୍ରକୋପ କମିଛି। ଉପକୂଳବର୍ତ୍ତୀ କିଛି ଅଞ୍ଚଳରେ ପାରଦ ୨୦ ଡିଗ୍ରୀ ଛୁଇଁଛି। ପାହାଡ଼ିଆ ଅଞ୍ଚଳ ଗୁଡ଼ିକରେ ରାତି ତାପମାତ୍ରା ୧୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରହିଛି। ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ଶୀତ ପଡ଼ିବା ସମ୍ଭାବନା ନାହିଁ। ୪ ଦିନ ପରେ ପ୍ରାୟ ଅଞ୍ଚଳରେ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ କମିପାରେ। ଫଳରେ ପୁଣି ଶୀତ ଲେଉଟିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ବିଶେଷକରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲାର କିଛି ଅଞ୍ଚଳରେ ଝିପିଝିପି ବର୍ଷା ହୋଇପାରେ। ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୧୦ଡିଗ୍ରୀ ଥିବାବେଳେ ରାଉରକେଲାରେ ୧୦.୬, ଘୁ.ଉଦୟଗିରିରେ ୧୦.୮, ଫୁଲବାଣୀରେ ୧୨, କୋରାପୁଟରେ ୧୨.୫, କେନ୍ଦୁଝରରେ ୧୨.୬, ଝାରସୁଗୁଡ଼ାରେ ୧୧.୩, ସୁନ୍ଦରଗଡ଼ରେ ୧୩, କଟକରେ ୧୬.୨ ଏବଂ ଭୁବନେଶ୍ବରରେ ପାରଦ ୧୮.୧ ଡିଗ୍ରୀ ରହିଛି। ପୁରୀରେ ସର୍ବନିମ୍ନ ତାପମାତ୍ରା ୨୦.୨ଡିଗ୍ରୀ ଛୁଇଁଥିବା ବେଳେ ଗୋପାଳପୁରରେ ୨୦, ମାଲକାନଗିରିରେ ୧୯.୫ ଏବଂ ଛତ୍ରପୁରରେ ୧୯ ଡିଗ୍ରୀ ପାରଦ ରହିଛି। ସୋମବାର ସକାଳେ ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ ଏବଂ କଳାହାଣ୍ଡିର କିଛି ଅଞ୍ଚଳରେ ଘନ କୁହୁଡ଼ି ପଡ଼ିବା ସମ୍ଭାବନା ରହିଛି।






More Stories
ଲଘୁ ଖଣିଜରୁ ସଂଗୃହୀତ ପାଣ୍ଠି ସେହି ଜିଲ୍ଲାରେ ଖର୍ଚ୍ଚ କରାଯିବ……
ଆଜି ବି ବିଧାନସଭା ସରଗରମ ହେବ…..
କୋଣାର୍କ ଉତ୍ସବ ଆରମ୍ଭ…..