ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଦିବ୍ୟଙ୍ଗତ ସାଂସଦଙ୍କ ଉର୍ଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ବାଚସ୍ପତି ଓମ୍ ବିର୍ଲା । ଦିବ୍ୟଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ୧ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହା ପରେ ଭାରତୀୟ ମହିଳା କ୍ରିକେଟ ଦଳ ବିଶ୍ୱ ବିଜୟୀ ହୋଇଥିବାରୁ ଶୁଭେଚ୍ଛା ଜଣାଇଲେ ବାଚସ୍ପତି । ଏଥିରେ ସହମତି ଜଣାଇଥିଲେ ଉପସ୍ଥିତ ସମସ୍ତ ସଦସ୍ୟ । ଏହାପରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଗୃହରେ ନାରାବାଜି କରିଛନ୍ତି ବିରୋଧୀ ସଦସ୍ୟ । ପ୍ରବଳ ହଟ୍ଟଗୋଳ ମଧ୍ୟରେ ପ୍ରଶ୍ନକାଳ ଚାଲିଛି । ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବିରୋଧୀଙ୍କୁ ଅପିଲ୍ କରିଛନ୍ତି ବାଚସ୍ପତି ।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..