ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚଣ୍ଡିଗଡ଼ ମେୟର ନିର୍ବାଚନରେ ହୋଇଥିବା ବେଆଇନ କାର୍ଯ୍ୟକଳାପକୁ ନେଇ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ ସାଧାରଣ ଜନତା ମଧ୍ୟ ଏହା ବିରୋଧ କରୁଥିବା ଦେଖିବାକୁ ମିଳିଛି। ଏହି ନିର୍ବାଚନ ସମ୍ବନ୍ଧୀୟ ଭିଡିଓଗ୍ରାଫି ସମେତ ସମସ୍ତ ବାଲଟ୍ ପେପର ଓ ଅନ୍ୟାନ୍ୟ ମୂଳ ରେକର୍ଡ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ରେଜିଷ୍ଟ୍ରାରଙ୍କୁ ହସ୍ତାନ୍ତର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ଏହି ଘଟଣାର ଅନୁଧ୍ୟାନ କରି କହିଛନ୍ତି, ଏହା ସ୍ପଷ୍ଟ ଯେ ରିଟର୍ଣ୍ଣିଂ ଅଫିସର ବ୍ୟାଲଟ୍ ପେପରକୁ ବିକୃତ କରିଛନ୍ତି | ସେ ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି କି | ବିଜେପିର ମନୋଜ ସୋନକରଙ୍କ ଠାରୁ ମେୟର ନିର୍ବାଚନ ହାରିଥିବା ଆମ୍ ଆଦମୀ ପାର୍ଟିର କାଉନସିଲର କୁଲଦୀପ ଧଲୋରଙ୍କ ଆବେଦନ ଉପରେ ନୋଟିସ୍ ଜାରି କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଗଣତନ୍ତ୍ରକୁ ଏଭଳି ଭାବେ ହତ୍ୟା କରିବାକୁ ଅନୁମତି ଦିଆଯାଇପାରିବ ନାହିଁ। ଏହା ଗଣତନ୍ତ୍ରର ଉପହାସ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଆଜି ହେବାକୁ ଥିବା ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନ ବୈଠକକୁ ସ୍ଥଗିତ ରଖିବାକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରିଜାଇଡିଂ ଅଫିସର ଅନିଲ ମସିହ ୮ଟି ବିରୋଧୀ ଭୋଟ ରଦ୍ଦ କରିବା ପରେ ବିଜେପି ମେୟର ନିର୍ବାଚନରେ ବିଜୟୀ ହେବାର କିଛି ଦିନ ପରେ ସର୍ବୋଚ୍ଚ ନ୍ୟାୟାଳୟ ଏଭଳି କଠୋର ମନ୍ତବ୍ୟ ଦେଇଛନ୍ତି। ସୋନକର ମେୟର ପଦ ପାଇଁ ଆପ୍ ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ପରାସ୍ତ କରିଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୧୨ ଖଣ୍ଡ ଭୋଟ ମିଳିଛି। ୮ଟି ଭୋଟକୁ ଅବୈଧ ଘୋଷଣା କରାଯାଇଛି।






More Stories
ଏସିଆ ସ୍ଥିତି ନେଇ ଅବଗତ କରିବେ ପ୍ରଧାନମନ୍ତ୍ରୀ……
ମହଙ୍ଗା ହେବ ବିମାନ ଯାତ୍ରା!…..
ଇନ୍ଧନ ପରିସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ…..