ରିପୋର୍ଟ କାର୍ଡ / ବାଲେଶ୍ଵର
ଗୁରୁବାର ଚାନ୍ଦିପୁରରେ ସବ୍ସୋନିକ୍ କ୍ରୁଜ୍ ମିସାଇଲ ନିର୍ଭୟର ସଫଳ ପରୀକ୍ଷଣ ହୋଇଛି। ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚ ପ୍ୟାଡରୁ ଏହି ପରୀକ୍ଷା କରାଯାଇଛି। ଗୁରୁବାର ଅପରାହ୍ନ ୨ଟା ୨୫ ମିନିଟରେ ଏହି ମିସାଇଲ ଉତକ୍ଷେପଣ ହୋଇଛି। ନିର୍ଭୟର ଲକ୍ଷ୍ୟଭେଦ କ୍ଷମତା ୭୫୦ରୁ ୧ ହଜାର କିଲୋମିଟର। ଏଥିରେ ୨୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ପରିବହନ ଓ ବ୍ୟବହାର କରାଯାଇ ପାରିବ। ଉତକ୍ଷେପଣ ପରେ ନିର୍ଭୟ ମିସାଇଲ ଏୟାରକ୍ରାଫ୍ଟ ଭଳି ଉଡାଣ କରି ଶତ୍ରୁ ଉପରକୁ ଆକ୍ରମଣ କରିପାରିବ।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..