ରିପୋର୍ଟ କାର୍ଡ / କୋଲକାତା
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ | ଗୁରୁବାର ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଙ୍କୁ ରାଜ୍ୟପାଳ ଜଗଦ୍ଦୀପ ଧନଖଡ଼ ଗୁରୁବାର ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଜ୍ୟର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଥିବା ମମତା ବାନାର୍ଜୀଙ୍କୁ ସଦନର ସଦସ୍ୟତା ମିଳିଯାଇଛି। ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ ନେତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରୁ ପ୍ରତିଦ୍ୱନ୍ଦ୍ୱୀତା କରି ପରାଜିତ ହୋଇଥିଲେ। ତେବେ ନିର୍ବାଚନରେ ତାଙ୍କ ଦଳକୁ ବହୁମତ ମିଳିଥିବାରୁ ସରକାର ଗଢ଼ିଥିବା ବେଳେ ମମତା ମୁଖ୍ୟମନ୍ତ୍ରୀ ହୋଇଥିଲେ। ମମତା ବିଧାନସଭା ସଦସ୍ୟତା ନଥିବାରୁ ତାଙ୍କୁ ପୁଣି ଉପ ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିବାକୁ ପଡିଥିଲା। ସେ ତାଙ୍କ ପାରମ୍ପରିକ ଭବାନୀପୁର ଆସନରୁ ବହୁମତରେ ବିଜୟୀ ହୋଇଛନ୍ତି। ତେବେ ମମତାଙ୍କ ବିଧାନସଭାରେ ପଦ ଓ ଗୋପନୀୟତାର ଶପଥ ପାଠ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।
ରାଜ୍ୟପାଳ ଧନଖଡ ବିଧାନସଭାରେ ସଦସ୍ୟଙ୍କୁ ଶପତ ପାଠ କରାଇବାର ବାଚସ୍ପତିଙ୍କ କ୍ଷମତା ପ୍ରତ୍ୟାହାର କରିନେଇଛନ୍ତି। ଏଣୁ ମମତା ବିଧାନସଭାରେ ଶପଥ ଗ୍ରହଣ କରିବେ କି ରାଜଭବନକୁ ଯିବେ ସେ ନେଇ ଦୋଦୁଲ୍ୟମାନ ପରିସ୍ଥିତି ଉପୁଜିଥିଲା। ପରେ ରାଜ୍ୟପାଳ ଗୁରୁବାର ବିଧାନସଭାକୁ ଆସି ମମତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମମତାଙ୍କ ସହ ରାଜ୍ୟପାଳ ଟିଏମସି ବିଧାୟକ ଅମିଋଲ ଇସ୍ଲାମ ଓ ଜାକିର ହୁସେନ ମଧ୍ୟ ବିଧାୟକ ଭାବେ ଶପଥ ପାଠ କରିଛନ୍ତି।
Discussion about this post