Report Card Odisha

| Daily Odia News

ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଆଜି । ଭୁବନେଶ୍ବରରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସନ୍ଧ୍ୟା ୫ଟା ୦୫ରୁ ୦୫ଟା ୧୧ ପର୍ଯ୍ୟନ୍ତ ମାତ୍ର ୬ ମିନିଟ ପାଇଁ ଦେଖାଯିବ। ସନ୍ଧ୍ୟା ୦୫.୧୧ରୁ ୦୬ଟା ୧୯ ଯାଏଁ ଆଂଶିକ ଚନ୍ଦ୍ରଗ୍ରହଣ ଭାବରେ ଦେଖାଯିବ। ଅରୁଣାଚଳ ପ୍ରଦେଶରେ ପ୍ରଥମେ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ। ଭୁବନେଶ୍ବର ପଠାଣି ସାମନ୍ତ ପ୍ଲାନେଟାରିୟମରେ ଏହି ଦୃଶ୍ୟକୁ ଦେଖାଇବାର ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଉପନିର୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି। ଚନ୍ଦ୍ର ଅପରାହ୍ଣ ୧ଟା ୩୨ ମିନିଟରେ ଉପଛାୟାରେ ପ୍ରବେଶ କରିବ ସେତେବେଳେ ଏହା ଦେଖାଯିବ ନାହିଁ। ଅପରାହ୍ଣ ୨.୩୯ରେ ଛାୟାରେ ପ୍ରବେଶ କରିବ। ଅପରାହ୍ଣ ୩.୪୬ରେ ପୂର୍ଣ୍ଣଚନ୍ଦ୍ର ଗ୍ରହଣ ଆରମ୍ଭ ହେବ। ସେହିପରି ଚନ୍ଦ୍ର ୬.୨୬ରେ ଉପଛାୟାରୁ ବାହାରିବ ବୋଲି କହିଛନ୍ତି। ଭାରତରେ ପରବର୍ତ୍ତୀ ସୂର୍ଯ୍ୟପରାଗ (ଆଂଶିକ) ଆସନ୍ତା ୨୦୨୭ ମସିହା ଅଗଷ୍ଟ ମାସ ୨ ତାରିଖରେ ଓ ପରବର୍ତ୍ତୀ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଆସନ୍ତା ୨୦୨୫ ମସିହା ସେପ୍ଟେମ୍ବର ମାସ ୭ ତାରିଖରେ ଦେଖାଯିବ। ଜ୍ୟୋତିର୍ବିଦମାନେ ଏହାକୁ ରାହୁଗ୍ରସ୍ତ ଚନ୍ଦ୍ର ଗ୍ରହଣ ବୋଲି କହୁଥିବାବେଳେ କାଲି ଡଙ୍ଗାଭସା ପୂର୍ଣ୍ଣିମା ପଡ଼ୁଥିବାରୁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ଏହି ଦିନ ଡଙ୍ଗା ଭସାଇବା ପାଇଁ ରାତି ୨ଟାରୁ ଭୋର ୫ଟା ୩୮ ମିନିଟ୍ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଛି। ଅପରାହ୍ଣ ୨ଟା ୩୮ ମିନିଟ୍‌ରେ ଗ୍ରହଣ ସ୍ପର୍ଶ ହେବ। ସନ୍ଧ୍ୟା ୫ଟା ୧୧ରୁ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇ ୬ଟା ୧୮ ମିନିଟରେ ଗ୍ରହଣ ସର୍ବମୋକ୍ଷ ହେବ। ସମୁଦାୟ ୧ ଘଣ୍ଟା ୧୨ ମିନିଟ୍ ୪୮ ସେକେଣ୍ଡ ସମୟ ଧରି ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ। ଚନ୍ଦ୍ର ଗ୍ରହଣ ଦିନ ସକାଳ ୮ଟା ୨୯ରୁ ସନ୍ଧ୍ୟା ୬ଟା ୧୯ ପର୍ଯ୍ୟନ୍ତ ପାକତ୍ୟାଗ ରହିବ। ଏହି ଦିନ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ପାଇଁ ନୀତି ନିର୍ଘଣ୍ଟ ହୋଇଛି।

Breaking News