ରିପୋର୍ଟ କାର୍ଡ / ବଲାଙ୍ଗିର
ମୀନାବଜାରରେ ରାମ ଦୋଳିରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁରେକେଲା ସହରରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଦେବରାଜ ସାହୁ। ତାଙ୍କୁ ୩୮ବର୍ଷ ହୋଇଥିଲା। ଗତ କିଛି ଦିନ ହେଲା ତୁରେକେଲାରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ମୀନାବଜାର ପଡିଛି। ସେଠାରେ ଆକାଶ ଦୋଳି ସହ ଅନେକ ଦୋଳି ପଡ଼ିଛି। ଗତକାଲି ରାତିରେ ଦେବରାଜ ଆକାଶ ଦୋଳିରେ ବସି ଝୁଲୁଥିଲେ। ହଠାତ୍ ସେ ତଳେ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..