Report Card Odisha

| Daily Odia News

ଚନ୍ଦ୍ରବାବୁଙ୍କୁ ମିଳିଲା ଜାମିନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ୫୨ ଦିନ ଜେଲରେ ରହିବା ପରେ ଜାମିନ ମିଳିଛି | ଆଜି ଆନ୍ଧ୍ର ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି | ତାଙ୍କୁ ୪ ସପ୍ତାହ ପାଇଁ ମିଳିଛି ସର୍ତ୍ତମୂଳକ ଜାମିନ। ହାଇକୋର୍ଟର ଓକିଲ ସୁନକାରା କୃଷ୍ଣମୂର୍ତ୍ତି ଏହି ସୂଚନା ଦେଇଛନ୍ତି।ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଚନ୍ଦ୍ରବାବୁ ନାଇଡୁଙ୍କୁ ନଭେମ୍ବର ୨୪ ପର୍ଯ୍ୟନ୍ତ ଜାମିନ ପ୍ରଦାନ କରାଯାଇଛି। ୪ ସପ୍ତାହ ପରେ ତାଙ୍କୁ ଆତ୍ମସମର୍ପଣ କରିବାକୁ ହେବ। ନଭେମ୍ବର ୧୦ରେ କୋର୍ଟ ତାଙ୍କର ମୁଖ୍ୟ ଜାମିନ ଆବେଦନ ଉପରେ ଶୁଣାଣି କରିବେ। ଡାକ୍ତରଖାନା ଯିବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକ୍ରମରେ ଯୋଗ ନ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କୁ ଗଣମାଧ୍ୟମ ଏବଂ ରାଜନୈତିକ କାର୍ଯ୍ୟକଳାପରୁ ମଧ୍ୟ ଦୂରରେ ରହିବାକୁ କୋର୍ଟ କହିଛନ୍ତି।

Breaking News