ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଆନ୍ଧ୍ର ପୋଲିସ ଗିରଫ କରିଛି । ଦକ୍ଷତା ବିକାଶ ନାମରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଆଜି ସକାଳୁ ତାଙ୍କୁ ଗିରଫ କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଏୟାରଲିଫ୍ଟ କରି ନନ୍ଧାଲ ହସ୍ପିଟାଲକୁ ନିଆଯାଇଛି। ଏହାପରେ ତାଙ୍କୁ କୋର୍ଟରେ ହାଜର କରାଯିବ ।୨୦୨୧ ଡିସେମ୍ବର ୯ ତାରିଖରେ ଆନ୍ଧ୍ର ସିଆଇଡି ଏ ନେଇ ଏକ ମାମଲା ରୁଜୁ କରିଥିଲା । ଏଥିରେ ୨୫ ଜଣ ଅଭିଯୁକ୍ତ ଥିଲେ । ତଦନ୍ତ ପରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରାଯାଇଛି । ତାଙ୍କ ନାମରେ ଆନ୍ଧ୍ର ସିଆଇଡି ଆଇପିସି ଧାରା ୧୨୦ ଖ, ୧୬୬,୧୬୭, ୪୧୮, ୪୨୦, ୪୬୮, ୪୬୫, ୪୭୧, ୪୦୯, ୨୦୧, ୧୦୯ ସହ ଦୁର୍ନୀତିର ଅନ୍ୟଧାରାରେ ତାଙ୍କୁ ଗିରଫ କରିଛି ପୋଲିସ । କୁର୍ନୁଲର ଡିଆଇଜି ରଘୁରାମ ରେଡ୍ଡୀ ଚନ୍ଦ୍ରବାବୁଙ୍କୁ ଗିରଫକରିଥିଲେ । ଏହି ସମୟରେ ଚନ୍ଦ୍ରବାବୁ ତାଙ୍କ ରାଜ୍ୟବ୍ୟାପୀ ପଦଯାତ୍ରା କରୁଛନ୍ତି । ଏବେ ଟିଡିପିର ବିଭିନ୍ନ ନେତାଙ୍କୁ ଗୃହବନ୍ଦୀ ରଖାଯାଇଛି । ମିଳିଥିବା ସୂଚନା ଅନୁସାରେ-ଶନିବାର ଭୋର ୩ଟାରେ ଏପି ସିଆଇଡି ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିବା ଲାଗି ପହଞ୍ଚିଥିଲା। ତେବେ ଦଳର କାର୍ଯ୍ୟକର୍ତ୍ତା ଓ ନେତା ସେମାନଙ୍କୁ ପ୍ରବଳ ବିରୋଧ କରିଥିଲେ।






More Stories
ସମ୍ବିଧାନ ଉଚ୍ଛେଦ ପାଇଁ ପ୍ରସ୍ତାବ ଦେଉଛି ବିଜେପି……
ଦିଲ୍ଲୀରେ ବିଶ୍ବହିନ୍ଦୁ ପରିଷଦର ବିକ୍ଷୋଭ…..
ସୋନିଆ,ରାହୁଲଙ୍କୁ ହାଇକୋର୍ଟ ନୋଟିସ…..