ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ହୋଇଥିବା ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ତେଲଗୁ ଦେଶମ୍ ପାର୍ଟି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍.ଚନ୍ଦ୍ରବାବୁ ନାଇଡୁଙ୍କୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଜେଲ୍ରେ ରହିବେ | ଗତକାଲିଠାରୁ ୧୪ ଦିନିଆ ରିମାଣ୍ଡରେ ତାଙ୍କୁ ଜେଲ୍କୁ ପଠାଇ ଦେଇଛନ୍ତି ବିଜୟୱାଡା ଦୁର୍ନୀତି ନିବାରଣ ବ୍ୟୁରୋ ଅଦାଲତ । ଚନ୍ଦ୍ରବାବୁଙ୍କୁ ରାଜମହେନ୍ଦ୍ରୁ କେନ୍ଦ୍ରୀୟ ଜେଲ୍ରେ ରଖାଯିବାର ସମ୍ଭାବନା ରହିଛି। ରବିବାର ପୂର୍ବାହ୍ଣରେ ଚନ୍ଦ୍ରବାବୁଙ୍କୁ ଅଦାଲତରେ ହାଜର କରାଯାଇଥିବା ବେଳେ ଅଦାଲତ ପରିସରରେ ବହୁସଂଖ୍ୟକ ଟିପିପି ନେତା ଓ କର୍ମୀ ଉପସ୍ଥିତ ଥିଲେ। ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଶନିବାର ଚନ୍ଦ୍ରବାବୁଙ୍କୁ ନନ୍ଦ୍ୟାଲ ଜିଲ୍ଲାରୁ ଗିରଫ କରିବା ପରେ ତାଙ୍କୁ କୁଞ୍ଚଲପଲ୍ଲୀସ୍ଥିତ କାର୍ଯ୍ୟାଳୟରେ ସିଆଇଡିର ଅଧିକାରୀମାନେ ଜେରା କରିଥିଲେ। ପ୍ରାୟ ୧୦ ଘଣ୍ଟା ଧରି ଚନ୍ଦ୍ରବାବୁଙ୍କୁ ଜେରା କରାଯାଇଥିଲା। ପବରର୍ତ୍ତୀ ସମୟରେ ତାଙ୍କୁ ବିଜୟୱାଡ଼ାସ୍ଥିତ ସରକାରୀ ଡାକ୍ତରଖାନାକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା। ସ୍ବାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଅଦାଲତରେ ହାଜର କରାଯାଇଥିଲା। ଚନ୍ଦ୍ରବାବୁଙ୍କ ତରଫରୁ ଆଇନଜୀବୀ ସିଦ୍ଧାର୍ଥ ଲୁଥରା ମାମଲା ପରିଚାଳନା କରିବା ସହ ଜାମିନ ଆବେଦନ କରିଥିଲେ। ତେବେ ଏହାକୁ ସରକାରୀ ଓକିଲ ବିରୋଧ କରିବା ସହ ଚନ୍ଦ୍ରବାବୁ ତଦନ୍ତରେ ସହାୟତା କରୁନଥିବା ଦର୍ଶାଇଥିଲେ। ଦୁର୍ନୀତିରେ ସଂଶ୍ଲିଷ୍ଟ ଥିବା ନେଇ ଚନ୍ଦ୍ରବାବୁଙ୍କ ବିରୋଧରେ ପ୍ରମାଣ ଥିବା ସରକାରୀ ଓକିଲ ଦର୍ଶାଇଥିଲେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ବିଚାରପତି ଚନ୍ଦ୍ରବାବୁଙ୍କୁ ୨୩ ତାରିଖ ପର୍ଯ୍ୟନ୍ତ ଜେଲ୍କୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ |






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..