ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ କରାଯିବ। ପୁରୁଣା ଆଇନରେ ସଂଶୋଧନ କରାଯାଇ କଠୋର ଦଣ୍ଡ ବ୍ୟବସ୍ଥା ହେବ। ଡଃ ପାଢ଼ୀ କହିଛନ୍ତି, ଏ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି ଏବଂ କମିଟି ଆଇନ ପରିବର୍ତ୍ତନ ନେଇ ସରକାରଙ୍କୁ ସୁପାରିସ କରିବ। ସେ କହିଛନ୍ତି, କେବଳ ଜୈବିକ ଚାଉଳରେ କୋଠ ଭୋଗରେ ଅମୃତ ଅନ୍ନ ପ୍ରସ୍ତୁତ ହେବ। ସେ କହିଛନ୍ତି, ଭିତର ଓ ବାହାର ରତ୍ନଭଣ୍ଡାରକୁ ସଂଯୋଗ କରୁଥିବା ୫ଟି ବିମ୍ ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯାଇଥିବାରୁ ସେଗୁଡିକ ବଦଳା ଯାଇ ଷ୍ଟେନଲେସ୍ ଷ୍ଟିଲ୍ ନିର୍ମିତ ବକ୍ସ ବିମ୍ ଲାଗିଛି। ତେବେ ଚାଲିଥିବା ମରାମତି କାର୍ଯ୍ୟ ଅକ୍ଷୟ ତୃତୀୟ ପୂର୍ବରୁ ସାରିବା ନେଇ ଲକ୍ଷ୍ୟ ରଖାଯାଇଥିବା ସେ ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ଆଗାମୀ ଦିନରେ ମହାପ୍ରଭୁଙ୍କ ଭିତର ଫଟୋ ଭାଇରାଲ୍ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..