ରିପୋର୍ଟ କାର୍ଡ / ଭୁବନେଶ୍ୱର
କୋଟିପତି ଅଙ୍ଗନବାଡ଼ି ଦିଦିଙ୍କୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି । ଏନେଇ ସଂପୃକ୍ତ ଅଙ୍ଗନବାଡ଼ି କର୍ମୀ କବିତା ମାଥନଙ୍କ ମନ୍ତବ୍ୟ ବି ବେଶ ଚର୍ଚ୍ଚା ସୃଷ୍ଟି କରିଛି । ସେ କହିଛନ୍ତି ଯେ, ମୁଁ ଜୀବନରେ ବହୁ କଷ୍ଟ ସ୍ୱୀକାର କରିଛି । ଅନେକ ବ୍ୟବସାୟ କରିଛି । ପିଲାଙ୍କୁ ଟ୍ୟୁସନ ବି କରୁଥଲି । ଏମିତିବି ସମୟ ଥିଲା ଯେତେବେଳେ ସେ କାକୁଡ଼ିରୁ ଚୋପା ଛଡେ଼ଇ ବିକ୍ରି କରୁଥିଲେ । ସେ କୌଣସି ଆୟ ବର୍ହିଭୂତ ସମ୍ପତି ଅର୍ଜନ କରିନାହାନ୍ତି । ତାଙ୍କ ସ୍ୱାମୀ ଜଣେ ଓକିଲ । ସେ ଜମିବାଡ଼ି ବ୍ୟବସାୟ ବି କରନ୍ତି । ତାଙ୍କର ଧୂପ ଫିନାଇଲ ବେପାର ବି ଅଛି । ଜିରୋରୁ ହିରୋ ହୋଇଥିବାରୁ କେହି ଜାଣିଶୁଣି ତାଙ୍କ ନାମରେ ଅଭିଯୋଗ କରିଛି ବୋଲି ସେ କହିଛନ୍ତି । ସମସ୍ତ ପ୍ରକାର ତଦନ୍ତକୁ ସେ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି । ତାଙ୍କ ନାମରେ ଯେଉଁ ସମ୍ପତି ଥିବା କୁହାଯାଉଛି ସେଭଳି କିଛି ସମ୍ପତି ନାହିଁ । କେଶୁରାରେ ସେ ଜାଗା କିଣି ଘର କରିଛନ୍ତି ଓ ଗୋଟିଏ ଘରେ ରହୁଛନ୍ତି ବୋଲି କହିଛନ୍ତି । ସୂଚନାଯୋଗ୍ୟଯେ, ଅଙ୍ଗନବାଡ଼ି ଦିଦିଙ୍କ ନିକଟରେ ୪ କୋଟି କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତି ଥିବାରୁ ମଙ୍ଗଳବାର ଭିଜିଲାନ୍ସ ଚଢ଼ାଉ କରିଛି । ୬ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ସେଥିରେ ୧୦ ଜଣ ଡିଏସପି, ୫ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ରହିଛନ୍ତି। ତାଙ୍କ ବିରୁଦ୍ଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢଉ ଆରମ୍ଭ ହୋଇଛି। କବିତାଙ୍କର ବାପଘର କେନ୍ଦ୍ରାପଡା ଜିଲା, ଶାଶୁଘର ଜଗତସିଂହପୁର ଜିଲା ଏବଂ ଖୋର୍ଦ୍ଧା ଜିଲାର ୬ଟି ସ୍ଥାନରେ ଚଢଉ ଚାଲିଛି। ତାଙ୍କ ନାମରେ ୨ଟି ତିନି ମହଲା କୋଠା, ଗୋଟିଏ ଦୁଇ ମହଲା କୋଠାଘର, ଗୋଟିଏ ଏକ ମହଲା କୋଠାଘର, ଗୋଟିଏ ଚାରିଚକିଆ ଗାଡି ଏବଂ ଗୋଟିଏ ଦୁଇଚକିଆ ଗାଡି ଏପର୍ଯ୍ୟନ୍ତ ଜବତ କରାଯାଇଛି। ତେବେ ଚଢଉ ଜାରି ରହିଥିବାରୁ ବିସ୍ତୃତ ରିପୋର୍ଟକୁ ଅପେକ୍ଷା କରାଯାଇଛି
More Stories
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
କଲେଜରେ ନିଜକୁ ଜାଳିଦେଲେ ଛାତ୍ରୀ……
ସମାଜସେବୀ ରଞ୍ଜନ କୁମାର ମହାପାତ୍ର ଙ୍କୁ ସମ୍ମାନ ଜନକ ପ୍ରକୃତି ବନ୍ଧୁ ପୁରସ୍କାର ……