ରିପୋର୍ଟ କାର୍ଡ / ମାଲକାନଗିରି
ମାଲକାନଗିରି ଚିତ୍ରକୋଣ୍ଡାରେ ଡଙ୍ଗା ବୁଡ଼ି ୫ ଜଣଙ୍କର ମୃତ୍ୟୁ ହୋଇଛି । ସିଲେରୁ ନଦୀ ପାର ହେଉଥିବା ବେଳେ କନ୍ଧଗୁଡ଼ା ଘାଟରେ ଡଙ୍ଗା ବୁଡ଼ିଯାଇଛି । ତେଲେଙ୍ଗାନାରୁ ଦାଦନ ଖଟି ଗାଁକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି । ପହଁରି ପହଁରି କୂଳକୁ ୩ ଜଣ ଆସିଥିବା ବେଳେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି । ସୂଚନା ମୁତାବକ ଦୁଇଟି ଡଙ୍ଗାରେ ମୋଟ ୧୧ ଜଣ ଘରକୁ ଫେରୁଥିଲେ । ଗୋଟିଏ ଡଙ୍ଗା ବୁଡ଼ିବାରୁ ସମସ୍ତେ ଅନ୍ୟ ଡଙ୍ଗାକୁ ଆସିଥିଲେ । ଅଧିକ ଲୋକ ହେବାରୁ ଦ୍ୱିତୀୟ ଡଙ୍ଗା ମଧ୍ୟ ବୁଡ଼ି ଯାଇଥିଲା । ଘଟଣାକୁ ନେଇ ଓଡ୍ରାଫ୍, ଅଗ୍ନିଶମ ଟିମର ରେସକ୍ୟୁ ଅପରେସନ୍ ଜାରି ରଖିଥିବା ନେଇ ସୂଚନା ମିଳିଛି ।






More Stories
ଡି.ଏ.ଭି.ପବ୍ଲିକ ସ୍କୁଲ ରେ ‘ହର ଘର ତିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ…..
“ମୋ କଣ୍ଠ, ମୋ ପରିଚୟ” ପ୍ରତିଯୋଗିତା ଅନୁଷ୍ଠିତ…..
ସୌମ୍ୟ ହତ୍ୟା ମାମଲା:ମିଳିଲାନି ପ୍ରମାଣ,ମୁକୁଳିଲେ ଅଭିଯୁକ୍ତ…..