ରିପୋର୍ଟ କାର୍ଡ / ମାଲକାନଗିରି
ମାଲକାନଗିରି ଚିତ୍ରକୋଣ୍ଡାରେ ଡଙ୍ଗା ବୁଡ଼ି ୫ ଜଣଙ୍କର ମୃତ୍ୟୁ ହୋଇଛି । ସିଲେରୁ ନଦୀ ପାର ହେଉଥିବା ବେଳେ କନ୍ଧଗୁଡ଼ା ଘାଟରେ ଡଙ୍ଗା ବୁଡ଼ିଯାଇଛି । ତେଲେଙ୍ଗାନାରୁ ଦାଦନ ଖଟି ଗାଁକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି । ପହଁରି ପହଁରି କୂଳକୁ ୩ ଜଣ ଆସିଥିବା ବେଳେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି । ସୂଚନା ମୁତାବକ ଦୁଇଟି ଡଙ୍ଗାରେ ମୋଟ ୧୧ ଜଣ ଘରକୁ ଫେରୁଥିଲେ । ଗୋଟିଏ ଡଙ୍ଗା ବୁଡ଼ିବାରୁ ସମସ୍ତେ ଅନ୍ୟ ଡଙ୍ଗାକୁ ଆସିଥିଲେ । ଅଧିକ ଲୋକ ହେବାରୁ ଦ୍ୱିତୀୟ ଡଙ୍ଗା ମଧ୍ୟ ବୁଡ଼ି ଯାଇଥିଲା । ଘଟଣାକୁ ନେଇ ଓଡ୍ରାଫ୍, ଅଗ୍ନିଶମ ଟିମର ରେସକ୍ୟୁ ଅପରେସନ୍ ଜାରି ରଖିଥିବା ନେଇ ସୂଚନା ମିଳିଛି ।
More Stories
ଅନୁପ ବେହେରା ହତ୍ୟାକାଣ୍ଡ ମାମଲା:୪ ହତ୍ୟାକାରୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ…..
ଟ୍ରେନ୍ରେ ନିଆଁ…..
ରାଜା ଚକ୍ର ଙ୍କ ଘରେ ପୁଣି ଇଓଡବ୍ଲୁ ଚଢାଉ…..