Report Card Odisha

| Daily Odia News

ଭ୍ୟାକ୍ସିନ ସାର୍ଟିଫିକେଟ୍‌କୁ ନେଇ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ କରୋନା ମୁକାବିଲା ପାଇଁ ଭ୍ୟାକ୍ସିନ ଉପରେ ଅଧିକ ଗୁରୁତ୍ଵ ଦିଅ ଯାଉଥିବା ବେଳେ ଏହାକୁ ନେଇ ରାଜନୀତି କରଣ ଜୋର ଧରିଛି । ଏହି ମହାମାରୀ ସମୟରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକତା ଥିଲେ ମଧ୍ୟ ଟୀକା କୁ ନେଇ ରାଜନୀତି ହେଉଥିବା ନେଇ ଦେଖିବାକୁ ମିଳୁଛି । ଏବେ ଭ୍ୟାକ୍ସିନ ସାର୍ଟିଫିକେଟ୍‌କୁ ନେଇ ରାଜ୍ୟ ଓ କେନ୍ଦ୍ର ମୁହାଁମୁହିଁ ହୋଇଛନ୍ତି । ଟିକାକରଣ ଅଭିଯାନ ସମୟରେ ମିଳୁଥିବା ଭ୍ୟାକ୍ସିନ ସାର୍ଟିଫିକେଟ୍ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ହଟିବା ଆରମ୍ଭ ହୋଇ ଯାଇଛି । ଝାଡଖଣ୍ଡ ପରେ ଏବେ ଛତିଶଗଡରେ ୧୮ ରୁ ୪୪ ବର୍ଷ ବର୍ଗର ଟିକାକରଣ ସମୟରେ ଲୋକଙ୍କୁ ଦିଆଯାଉଥିବା ସାର୍ଟିଫିକେଟ୍ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହଟାଇ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଫଟୋ ଦିଆଯାଇଛି। ଶୁକ୍ରବାରଠୁ ଏହି ଧରଣର ସାର୍ଟିଫିକେଟ୍ ବଣ୍ଟା ଆରମ୍ଭ ହୋଇ ଯାଇଛି । ପୂର୍ବରୁ ବୁଧବାରଠୁ ଝାଡଖଣ୍ଡ ସରକାର ନିଜ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇ ସାର୍ଟିଫିକେଟ୍ ବିତରଣ ଆରମ୍ଭ କରି ଦେଇଛନ୍ତି। ଏହାକୁ ନେଇ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି(ବିଜେପି) ଆପତ୍ତି ଉଠାଇଛି। ଛତିଶଗଡ ରାଜ୍ୟ ସରକାରଙ୍କ ଏହି ଧରଣର କାର୍ଯ୍ୟର ସମାଲୋଚନା କରି ବିଜେପି କହିଛି ଯେ, କ୍ଷମତାସୀନ କଂଗ୍ରେସ ପାର୍ଟି ଟିକାକରଣ ବଦଳରେ ନିଜ ପ୍ରଚାର ପାଇଁ ଫଟୋ ଉପରେ ଅଧିନ ଧ୍ୟାନ ଦେଉଛି। ଅନ୍ୟପଟେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଭ୍ୟାକ୍ସିନ ସାର୍ଟିଫିକେଟ୍‌ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ବଦଳରେ ଭୂପେଶ ବଘେଲଙ୍କ ଫଟୋ ଲଗାଇବା ଉପରେ ସଫେଇ ଦେଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ଟିଏସ ସିଂହ ଦେବ ରବିବାର କହିଛନ୍ତି, ରାଜ୍ୟ ସରକାର ୧୮ ରୁ ୪୪ ବର୍ଷ ମଧ୍ୟରେ ଲୋକଙ୍କ ଟିକାକରଣ ଖର୍ଚ୍ଚ ନିଜେ ବହନ କରୁଛନ୍ତି । ତେଣୁ ଲୋକଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଦଳରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଫଟୋ ଥିବା ଭ୍ୟାକ୍ସିନ ସାର୍ଟିଫିକେଟ୍ ଦିଆଯାଉଛି । ତାଙ୍କ ମତରେ ଯଦି ସରକାର ଟିକା ଖର୍ଚ୍ଚ ନିଜେ ବହନ କରୁଛନ୍ତି ତେବେ ପ୍ରମାଣପତ୍ରରେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇବାରେ ଅସୁବିଧା କେଉଁଠି। ସେ କହିଛନ୍ତି, କେନ୍ଦ୍ର ସରକାର ୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକଙ୍କ ଟିକାକରଣ ଖର୍ଚ୍ଚ ବହନ କରୁଛନ୍ତି । ତେଣୁ ଉକ୍ତ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ରାଜ୍ୟର ବରିଷ୍ଠ ନେତା ବୃଜମୋହନ ଅଗ୍ରୱାଲ କହିଛନ୍ତି, ସମଗ୍ର ଦେଶ କେନ୍ଦ୍ର ସରକାରଙ୍କ ଆପ୍ ବ୍ୟବହାର କରୁଛି। ଏହି ଆପ୍ ବହୁତ ଭଲ କାମ କରୁଛି। କିନ୍ତୁ କେବଳ ଫଟୋ ପାଇଁ ରାଜ୍ୟ ସରକାର ନିଜର ସ୍ଵତନ୍ତ୍ର ଆପ୍ ଲଞ୍ଚ କରୁଛନ୍ତି । ଏଥିରେ ପ୍ରଶ୍ନ ଉଠିବ ଯେ, କଣ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ପ୍ରମାଣ ପତ୍ର ବିଦେଶ ଯାତ୍ରା ପାଇଁ ଯୋଗ୍ୟ ହେବ କି ? ଏମିତି କରି ରାଜ୍ୟ ସରକାର ଲୋକଙ୍କ ଜୀବନ ସହ ଖେଳୁଛନ୍ତି।

Breaking News