Report Card Odisha

| Daily Odia News

ବନ୍ଦ ହୋଇପାରେ ସୋସିଆଲ ମିଡିଆ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତରେ ବ୍ୟବହାର ହେଉଥିବା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କେତେକ ନିୟମ ପାଳନ କରିବା ଲାଗି ମାର୍ଗଦର୍ଶିକା ଜାରି ହୋଇଥିଲା । ଏଥିପାଇଁ ସରକାର ଉକ୍ତ କମ୍ପାନୀ ଗୁଡିକୁ ତିନି ମାସ ସମୟ ଅବଧି ଦେଇଥିଲେ। ମେ’ ୨୫ରେ ସମୟ ସୀମା ଶେଷ ହେଉଥିବାବେଳେ ନୂଆ ନିୟମ ମେ’ ୨୬ ରୁ ପ୍ରଣୟନ ହେବାକୁ ଯାଉଛି। ବର୍ତ୍ତମାନ ସୁଦ୍ଧା ଭାରତରେ କାରବାର କରୁଥିବା କୌଣସି ସୋସିଆଲ ମିଡ଼ିଆ କମ୍ପାନୀ ଏହି ନୟମକୁ ପାଳନ କରି ନାହାନ୍ତି। ତେବେ ଏବେ ପ୍ରଶ୍ନ ଉଠୁଛି ଯେ, ମେ’ ୨୬ରୁ କ’ଣ ଫେସବୁକ୍‌, ଟୁଇଟର, ଇନଷ୍ଟାଗ୍ରାମ୍‌ ଆଦି କମ୍ପାନୀ କାର୍ଯ୍ୟ କରିବା ବନ୍ଦ କରିଦେବେ। ୨୦୨୧ ଫେବୃୟାରୀ ୨୫ରେ ଇଲୋକ୍ଟ୍ରନିକ୍ସ୍‌ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଭାରତରେ କମ୍ପ୍ଲିଆନ୍ସ୍‌ ଓ ନୋଡାଲ ଅଧିକାରୀ ନିଯୁକ୍ତି ଲାଗି କୁହାଯାଇଥିଲା। ସମ୍ପୃକ୍ତ ଅଧିକାରୀ ଅଭିଯୋଗ ସମାଧାନ, ଆପତ୍ତିଜନକ କଣ୍ଟେଟ୍‌ ତଦାରଖ, କମ୍ପ୍ଲାଏନ୍ସ୍‌ ରିପୋର୍ଟ ଏବଂ ଆପତ୍ତିଜନକ କଣ୍ଟେଟ୍‌ ହଟାଇବା କାର୍ଯ୍ୟକୁ ତ୍ୱରାନ୍ବିତ କରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିଲା। ସୋସିଆଲ ମିଡ଼ିଆ କମ୍ପାନୀଗୁଡ଼ିକ ମୋବାଇଲ୍‌ ଆପ୍‌ ଅବା ଓ୍ବେବସାଇଟ୍‌ର ଫିଜିକାଲ କଣ୍ଟେକ୍ସ୍‌ ୟୁଜରଙ୍କ ସମ୍ପର୍କରେ ବିବରଣୀ ଦେବାକୁ ପଡ଼ିବ। ଇତିମଧ୍ୟରେ କୋଓ ନାମକ କମ୍ପାନୀକୁ ଛାଡ଼ିଦେଲେ ଅନ୍ୟ କୌଣସି ସୋସିଆଲ ମିଡ଼ିଆ କମ୍ପାନୀର ଭାରତରେ ସେମାନଙ୍କର ଅଧିକାରୀ ନିଯୁକ୍ତ କରି ନାହାନ୍ତି। ଭାରତରେ କାରବାର କରୁଥିବା ସୋସିଆଲ ମିଡ଼ିଆ କମ୍ପାନୀ ଗୁଡ଼ିକ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପାଳନ କରିବା ଲାଗି ଆମେରିକାରେ ଥିବା ସେମାନଙ୍କ ମୁଖ୍ୟାଳୟର ସବୁଜ ସଙ୍କେତକୁ ଗୁରୁତ୍ୱ ଦେଉଥିବା ଅଭିଯୋଗ ହେଉଛି। ସଙ୍କେତ ନ ମିଳିଲେ କମ୍ପାନୀଗୁଡ଼ିକ ଭାରତ ସରକାରଙ୍କ ନୂଆ ନିୟମକୁ ପାଳନ କରିବେ ନାହିଁ। ସୂଚନା ପ୍ରଯୁକ୍ତି ଅଧିନିୟମ ଧାରା ୭୯ ଅନୁସାରେ ଭାରତରେ କାରବାର କରୁଥିବା ସୋସିଆଲ ମିଡ଼ିଆ କମ୍ପାନୀଗୁଡ଼ିକୁ ଇଣ୍ଟରମିଡ଼ିଆରି ଷ୍ଟାଟସ୍‌ ମିଳିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଆଇନର ପ୍ରତିପାଳନ ନ କଲେ କମ୍ପାନୀଗୁଡ଼ିକର ଇଣ୍ଟରମିଡ଼ିଆରି ଷ୍ଟାଟସ୍‌ ଉପରେ କଟକଣା ଜାରି କରାଯାଇପାରିବ। ସେହିପରି କମ୍ପାନୀଗୁଡ଼ିକ ବିରୋଧରେ ଭାରତରେ ପ୍ରଚଳିତ ଆଇନ ଅନୁସାରେ ଅପରାଧୀକ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇ ପାରିବ।

Breaking News