ରିପୋର୍ଟ କାର୍ଡ / ଛତିଶଗଡ଼
ଆଜି ମହାନଦୀ ଟ୍ରିବୁନାଲର କ୍ଷେତ୍ର ପରିଦର୍ଶନରେ ଆସୁଛନ୍ତି। ଏହା ପୂର୍ବରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ସଫେଇ ଚର୍ଚ୍ଚା ହେଉଛି । ଭୁପେଶ କହିଛନ୍ତି ଛତିଶଗଡ଼ରୁ ମହାନଦୀ ବାହାରିଛି। ଓଡ଼ିଶାକୁ ସବୁ ପାଣି ଯାଉଛି। ଆମେ ମହାନଦୀରେ କୌଣସି ବନ୍ଧ କରିନୁ। ୭ଟି ବ୍ୟାରେଜ୍ ତିଆରି ହୋଇଥିବାରୁ ବିବାଦ ସୃଷ୍ଟି ହୋଇଛି। ଛତିଶଗଡ଼ ସରକାର ଯେଉଁ ବନ୍ଧ ଓ ଉଚ୍ଚ ବ୍ୟାରେଜ୍ ତିଆରି କରିବାକୁ ଯୋଜନା କରିଛି ତାହାକୁ ରୋକ ଯାଇଛି। ଏହାକୁ ଅନୁମତି ମିଳିବା ଦରକାର। ଏହି ମାମଲା ଟ୍ରିବୁନାଲକୁ ଯିବାର ନଥିଲା। ମାମଲା ଟ୍ରିବୁନାଲକୁ ଯିବାରୁ ଛତିଶଗଡ଼ରେ ଅଧିକ ଉଚ୍ଚର ଡ୍ୟାମ ବନ୍ଧ ନିର୍ମାଣ ଓ ବ୍ୟାରେଜ୍ କରିବା ଯୋଜନା ଅଟକି ରହିଛି। ସେପଟେ ଜଳ ବିବାଦର ସମାଧାନ ପାଇଁ ଟ୍ରିବୁନାଲ ଗଠନର ୫ ବର୍ଷ ପରେ ପ୍ରଥମଥର ପାଇଁ କ୍ଷେତ୍ର ପରିଦର୍ଶନରେ ବାହାରିଛନ୍ତି ଟ୍ରିବୁନାଲ ସଦସ୍ୟ। ପ୍ରଥମ ପର୍ଯ୍ୟାୟରେ ଆଜିଠୁ ଛତିଶଗଡ଼ରେ ମହାନଦୀର ଉତ୍ପତ୍ତିସ୍ଥଳ ଫାରସିୟା ଗ୍ରାମ ଠାରୁ ମହାନଦୀର ଶେଷସ୍ଥଳ ହୀରାକୁଦର ଉପରମୁଣ୍ଡରେ ଥିବା କଲମା ବ୍ୟାରେଜ୍ ପର୍ଯ୍ୟନ୍ତ ପରିଦର୍ଶନ କରିବେ ଟ୍ରିବୁନାଲ୍। ଏଥିନିମନ୍ତେ ଛତିଶଗଡ଼ ଓ ଓଡ଼ିଶା ପକ୍ଷରୁ ମଧ୍ୟ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ଦୁଇଟି ଟିମ୍ ପ୍ରସ୍ତୁତ ଅଛନ୍ତି। ଲିଗାଲ, ଏକ୍ସପଟ, ଅଫିସ୍ରଙ୍କୁ ନେଇ ଉଭୟ ପକ୍ଷରୁ ୨୦ ଜଣିଆ ଟିମ୍ କରିଛନ୍ତି। ମହାନଦୀର ଜଳ ପରିଚାଳନା କପରି ହେଉଛି ଓ ବ୍ୟାରେଜ୍ ତଥା ବନ୍ଧ କରାଯିବାରୁ ଏହା ଓଡ଼ିଶାର ମହାନଦୀ ଉପରେ କିପରି କୁପ୍ରଭାବ ପକାଇଛି ଟିମ୍ ତାହାକୁ ଅନୁଧ୍ୟାନ କରିବ। ତେବେ ତାହା ପୂର୍ବରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଏ ବୟାନ ଛତିଶଗଡ଼ର ଆଭିମୁଖ୍ୟକୁ ସ୍ପଷ୍ଟ କରିଛି। ତେଣୁ ଆଗକୁ ଏହି ବିବାଦ କିପରି ସମାଧାନ ହେଉଛି ତାହା ଦେଖିବାର କଥା।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..