ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସନ୍ଦେହ ଉଜାଡି ଦେଲା ସଂସାର । ପରକିୟାପ୍ରୀତି ସନ୍ଦେହରେ ସ୍ତ୍ରୀ ଓ ତିନି ଛୁଆର ତଣ୍ଟି ଚିପି ଦେଲେ ସ୍ୱାମୀ। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ର ବିଲାସପୁର ଜିଲ୍ଲାରେ। ୩୪ ବର୍ଷୀୟ ଉମେନ୍ଦ୍ର କେଉଟ ପରକିୟାପ୍ରୀତି ସନ୍ଦେହରେ ଅନ୍ଧ ନିଜ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଛନ୍ତି। ସେତିକି ନୁହେଁ ଦୁଇ ଝିଅ ଏବଂ ପୁଅ ଶୋଇଥିବା ଅବସ୍ଥାରେ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୋଲିସ ଅଭିଯୁକ୍ତ ଉମେନ୍ଦ୍ରଙ୍କୁ ଗିରଫ କରିଛି। ପୋଲିସ ସୂଚନା ମୁତାବକ, ଦୀର୍ଘ ଦିନ ହେବ ଉମେନ୍ଦ୍ର ନିଜ ସ୍ତ୍ରୀର ଚରିତ୍ରକୁ ନେଇ ସନ୍ଦେହ କରୁଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରତିଦିନ ପାଟିତୁଣ୍ଡ ଲାଗି ରହିଥିଲା। ତେବେ ଗତକାଲି ମଧ୍ୟ ସନ୍ଦେହକୁ ନେଇ ସ୍ତ୍ରୀ ସହ ଝଗଡ଼ା ଲାଗିଥିଲା ଉମେନ୍ଦ୍ର। ତେବେ ଏହି ଝଗଡ଼ା ଏତେ ବଢ଼ି ଯାଇଥିଲା ଯେ, ଏଥିରେ ରାଗି ଯାଇ ଉମେନ୍ଦ୍ର ନିଜ ସ୍ତ୍ରୀ ଓ ତିନି ପିଲାଙ୍କୁ ଶୋଇଥିବା ଅବସ୍ଥାରେ ତଣ୍ଟି ଚିପି ହତ୍ୟା କରିଥିଲା। ହତ୍ୟା ପରେ ଉମେନ୍ଦ୍ର ଆତ୍ମହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିଲା। ପୋଲିସ ଏହି ମାମଲାରେ ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି।






More Stories
ନିର୍ବାଚନ ଲଢିବେ ଆରଜି କର ବଳାତ୍କାର ପୀଡିତାଙ୍କ ମାଆ……
ଏଲ୍ପିଜି ସଙ୍କଟରୁ ମିଳିବ ମୁକ୍ତି: ଆମେରିକାରୁ ପହଞ୍ଚିଲା ଜାହାଜ……
ଜଳ ଜୀବନର ଆଧାର……