ରିପୋର୍ଟ କାର୍ଡ / ରାୟପୁର
ଦାନ୍ତେୱାଡା ଲ୍ୟାଣ୍ଡମାଇନ ବିସ୍ଫୋରଣ ମାମଲାରେ ୩ ନାବାଳକଙ୍କ ସମେତ ୭ ଜଣଙ୍କୁୁ ଗିରଫ କରିିଛି ଛତିଶଗଡ ପୋଲିସ। ୩ ନାବାଳକଙ୍କୁ ଧରିବା ପରେ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି | ଗିରଫ ୪ ଜଣ ହେଲେ ମଲାଙ୍ଗିର ଏରିଆ କମିିଟିର ବୁଦରା ମାଡଓ୍ବୀ, ଜିତେନ୍ଦ୍ର ମୁଚାକି, ହିଡମା ମାଡକାମୀ ଏବଂ ହିଡମା ମାଡଓ୍ବୀ । ଛତିଶଗଡ଼ର ଦନ୍ତେୱାଡାରେ ଏପ୍ରିଲ ୨୬ରେ ହୋଇଥିବା ମାଓବାଦୀ ଆକ୍ରମଣର ମାଷ୍ଟମାଇଣ୍ଡର ଜଗଦୀଶ ସୋଢ଼ିର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ସେ ୱାଣ୍ଟେଡ ଥିବା ବେଳେ ତା’ ଉପରେ ପାଞ୍ଚ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି। ଅରନପୁରରେ ବିସ୍ଫୋରଣ ମାମଲାରେ ଜଗଦୀଶ ସୋଢ଼ି ସମେତ ୧୨ଜଣ ମାଓବାଦୀଙ୍କ ବିରୋଧରେ ପୋଲିସ ଏଫଆଇଆର ପଞ୍ଜିକରଣ କରିଛି। ଏହି ସମସ୍ତ ମାଓବାଦୀମାନେ ଦର୍ବା ଡିଭିଜନ୍ କମିଟିର ବୋଲି ଜଣାପଡ଼ିଛି।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..