ରିପୋର୍ଟ କାର୍ଡ / ବଲାଙ୍ଗିର
‘ଲାଞ୍ଚ ନିଅନ୍ତୁ ନାହିଁ। ପିସି କାରବାରକୁ ବନ୍ଦ କରନ୍ତୁ।’ ଦୁଇ ଦିନ ତଳେ ସମୀକ୍ଷା ବୈଠକରେ ବଲାଙ୍ଗିର ଜିଲ୍ଲାର ଅଧିକାରୀମାନଙ୍କୁ ଏହି ତାଗିଦ କରିଥିଲେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଗତକାଲି ଏକ ସମୀକ୍ଷା ବୈଠକରେ ଜିଲ୍ଲା ଅଧିକାରୀମାନଙ୍କୁ ସମାନ ତାଗିଦ କରିଥିଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ। କିନ୍ତୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଜି.ପ୍ରଭାକର ପାତ୍ର ଲାଞ୍ଚନେଇ ଜେଲ ଯାଇଛନ୍ତି | ବିଧାୟକଙ୍କ ବୈଠକ ଅଧାରୁ ଉଠି ଯାଇ ନିଜ କାର୍ଯ୍ୟାଳୟରେ ଏକ ରାଇସ ମିଲର ମାଲିକଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିଥିଲେ। ତେବେ ସେହି ସମୟରେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ଭିଜିଲାନ୍ସ କୋର୍ଟରେ ଜାମିନ ନାମଞ୍ଜୁର ହୋଇଯିବାରୁ ଆଜି ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି।






More Stories
ଅଥର୍ବ ବେଦରେ ଲୋକଙ୍କ ହିତ ପାଇଁ ମନ୍ତ୍ର ଚିକିତ୍ସା ଆଲୋଚନା…..
ପ୍ଲାଟିନମ୍ ଉପାଦାନ ଉତ୍ତୋଳନ ସଫଳ…..
ରୁପା ଆମଦାନୀ ଉପରେ କଟକଣା……