ରିପୋର୍ଟ କାର୍ଡ / ମାଲକାନଗିରି
ନିର୍ବାଚନ ପ୍ରଚାର ପାଇଁ ନିଜ ନିର୍ବାଚନ କ୍ଷେତ୍ର ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚଛନ୍ତି। ସେ ଏକ ସ୍ୱତନ୍ତ୍ର ବିମାନରେ ଯାଇ ହିଞ୍ଜିଳିରେ ପହଞ୍ଚିଛନ୍ତି। ତାଙ୍କ ସହ ୫ଟି ଅଧ୍ୟକ୍ଷ ଭି .କେ.ପାଣ୍ଡିଆନ୍ ମଧ୍ୟ ଯାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଗଞ୍ଜାମରୁ ପ୍ରାର୍ଥୀ ହୋଇଥିବା ସମସ୍ତ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ମଧ୍ୟ ଉପସ୍ଥିତ ଅଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି, ସବୁ କଥାରେ ବିରୋଧୀ ରାଜନୀତି କରୁଛନ୍ତି। ବିକାଶକୁ ବିରୋଧ କରି କେହି କେବେ ସଫଳ ହୋଇପାରିବେ ନାହିଁ। ୨୦୩୬ ସୁଦ୍ଧା ଓଡ଼ିଶା ଏକ ନମ୍ବର ହେବ। ଲୋକସଭା ନିର୍ବାଚନରେ ବି ବିଜେଡି ଭଲ ପ୍ରଦର୍ଶନ କରିବ। ଏଥିପାଇଁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ପ୍ରଥମେ ହିଞ୍ଜିଳି ଓ ପରେ ଶେରଗଡ଼ରେ ବିଶାଳ ଜନସମାବେଶକୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିବେ। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆଜିଠାରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ହିଞ୍ଜିଳି ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।
More Stories
ଘୋଷଯାତ୍ରା ବେଳକୁ ସରିବ ଗୁଣ୍ଡିଚା ମନ୍ଦିର ରୋଷ ଘର କାମ…..
ଏଣିକି ଯୁକ୍ତ ଦୁଇ ପରେ ପଢି ପାରିବେ ବିଏଡ୍…..
୧୦ ଫୁଟ ତଳକୁ ଖସିଲା ବସ୍,ଜଣେ ମୃତ,୬ ଗୁରୁତର……