ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନୂଆ ସରକାର ଶପଥ ଗ୍ରହଣ ସମାରୋହ ପୂର୍ବରୁ ସେ ଅସୁସ୍ଥ ହୋଇପଡିଛନ୍ତି। ତୁରନ୍ତ ତାଙ୍କୁ ମୁମ୍ବାଇ ଥାଣେ ସ୍ଥିତ ଜୁପିଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରବିବାର ଦିନଏକନାଥ ସିନ୍ଦେ ନିଜ ପୈତୃକ ଗାଁରୁ ଫେରିଥିଲେ। ସେ ଗତ ଦୁଇରୁ ତିନି ଦିନ ହେବ ଥଣ୍ଡା ଜ୍ୱର ଯୋଗୁ ଅସୁସ୍ଥ ଥିଲେ। ତେବେ ଆଜି ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକା ବିଗିଡି ଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ ତାଙ୍କ ଚିକିତ୍ସା ଜାରି ରଖିଛନ୍ତି। କୁହାଯାଉଛି ଯେ ଯାଞ୍ଚ ପାଇଁ ତାଙ୍କୁ ହସ୍ପିଟାଲରେ କିଛି ଦିନ ରହିବାକୁ ପଡିବ। ଶୁକ୍ରବାର ଦିନ ଜ୍ୱରରେ ପୀଡିତ ଥିବା ବେଳେ ସିନ୍ଦେ ନିଜ ପୈତୃକ ଗାଁ ସତାରାକୁ ଚାଲିଯାଇଥିଲେ। ସେଠାରେ ସେ ଆରାମ କରୁଥିଲେ। ତେବେ ସ୍ୱାସ୍ଥ୍ୟରେ କୌଣସି ସୁଧାର ଆସିନଥିଲା। ଆହୁରି ବିଗିଡିବାକୁ ଲାଗିଥିଲା। ଏହାପରେ ତାଙ୍କୁ ଆଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ମିଡିଆ ରିପୋର୍ଟ ମୁତାବକ, ଗୁରୁବାର ମହାରାଷ୍ଟ୍ରରେ ଶପଥ ଗ୍ରହଣ ସମାରୋହ ଆୟୋଜନ ହୋଇପାରେ। ଏହି ସମାରୋହରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଓ ଦୁଇ ଜଣ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବୁଧବାର ବିଜେପି ବିଧାୟକ ଦଳ ନେତାଙ୍କ ନାଁ ଘୋଷଣା କରିପାରେ।
More Stories
ତାଜମହଲ ଉଡ଼ାଇବାକୁ ଧମକ….
ଦକ୍ଷିଣ କୋରିଆରେ ଜରୁରୀକାଳୀନ ସାମରିକ ଆଇନ ଲାଗୁ….
ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାଭିସ୍…..