Report Card Odisha

| Daily Odia News

ପୁରୀରେ ହବିଷ୍ୟାଳୀ ଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ….

ରିପୋର୍ଟ କାର୍ଡ / ପୁରୀ

ପୁରୀରେ ହବିଷ୍ୟାଳିଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୩ ଦିନିଆ ହରିୟାଣା ଓ ମୁମ୍ବାଇ ଗସ୍ତ ସାରି ମୁଖ୍ୟମନ୍ତ୍ରୀ ରବିବାର ଭୁବନେଶ୍ୱର ପହଞ୍ଚିବା ପରେ ସେଠାରୁ ସିଧା ପୁରୀ ଗସ୍ତରେ ଯାଇଥିଲେ। ପୁରୀ ବୃନ୍ଦାବତୀ ହବିଷ୍ୟାଳି ଶିବିରରେ ପହଞ୍ଚି ହବିଷ୍ୟାଳିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ହବିଷ୍ୟାଳିମାନେ ଯେଭଳି ମାସ ସାରା ସୁବିଧାରେ ରହିବେ, ଶୃଙ୍ଖଳିତ ଭାବେ ଦର୍ଶନ କରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ସେହିଭଳି ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁ ଯେଭଳି ଶୃଙ୍ଖଳିତ ଦର୍ଶନ କରିବେ, ସେ ନେଇ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷରେ ହବିଷ୍ୟାଳିମାନେ ଅସୁବିଧାର ସମ୍ମୁଖୀନ ହୋଇଥିବା ପ୍ରସଙ୍ଗକୁ ନେଇ ଦୁଃଖ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ। ଏଥିସହ ହବିଷ୍ୟାଳିଙ୍କ ଉଦ୍ଦେଶ୍ୟରେ ବ୍ରତ ସାମଗ୍ରୀ ଥିବା ସ୍ବତନ୍ତ୍ର କିଟ୍ ପ୍ରଦାନ କରିଥିଲେ। ଯେଉଁଥିରେ ଶାଢୀ, ଚଦର, ଉତ୍ତରୀୟ, ରାଇଦାମୋଦର ବ୍ରତ ପୁସ୍ତିକା ଏବଂ ନିର୍ମାଲ୍ୟ ଆଦି ରହିଛି। ଏହି ସ୍ୱତନ୍ତ୍ର ବ୍ୟାଗ ଓ କିଟ୍‌ ସମସ୍ତ ହବିଷ୍ୟାଳିଙ୍କୁ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Breaking News