ରିପୋର୍ଟ କାର୍ଡ / ଭୁବନେଶ୍ବର
ଆଜିଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫ ଦିନିଆ ଦିଲ୍ଲୀ ଏବଂ ରାଜସ୍ଥାନ ଗସ୍ତରେ ଯିବେ। ମୁଖ୍ୟମନ୍ତ୍ରୀ ଗୁରୁବାର ସନ୍ଧ୍ୟା ସାଢ଼େ ୫ଟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ୨୦ ତାରିଖରେ ଦିଲ୍ଲୀରୁ ରାଜସ୍ଥାନ ଯିବେ। ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଜସ୍ଥାନରେ ପ୍ରାକ୍ ବଜେଟ୍ ପ୍ରସ୍ତୁତି ଆଲୋଚନାରେ ମୁଖ୍ୟମନ୍ତ୍ରୀ ଭାଗ ନେବେ। ମୁଖ୍ୟମନ୍ତ୍ରୀ ୧୯, ୨୦ ଓ ୨୧ ତାରିଖ ରାଜସ୍ଥାନରେ ରହିବାର କାର୍ଯ୍ୟକ୍ରମ ରହିଛି। ତେବେ ୨୧, ୨୨ ଓ ୨୩ ତାରିଖ ଦିଲ୍ଲୀରେ ରହିବେ ବୋଲି କୁହାଯାଉଛି। ଏହି ଗସ୍ତ ସମୟରେ ଦିଲ୍ଲୀରେ ଆୟୋଜିତ ୫୫ତମ ଜିଏସଟି ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାସହ ମୁଖ୍ୟମନ୍ତ୍ରୀ କିଛି କେନ୍ଦ୍ରମନ୍ତ୍ରୀ ଏବଂ ଶୀର୍ଷ ନେତୃତ୍ବଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ଥିବା କୁହାଯାଉଛି।






More Stories
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……
ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ…..
ହ୍ବାଟ୍ସ ଆପ୍ରେ ମିଳିବ ରାଜସ୍ୱ ସେବା…..