ରିପୋର୍ଟ କାର୍ଡ / ଭୁବନେଶ୍ୱର
ଫୁଲବାଣୀରେ ମେଡିକାଲ କଲେଜର ଅଗ୍ରଗତି ନେଇ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫ -ଟି ସଚିବ ଭି. କେ. ପାଣ୍ଡିଆନ କନ୍ଧମାଳ ଗସ୍ତ କରି ସମୀକ୍ଷା କରିଛନ୍ତି । ମେଡିକାଲ କଲେଜର ଅଗ୍ରଗତି ସମୀକ୍ଷା ଅବସରେରେ ପ୍ରକଳ୍ପର ଠିକ ସମୟରେ ନିର୍ମାଣ ପାଇଁ ନିର୍ମାଣ ସାମଗ୍ରୀର ଉପଲବ୍ଧତା ପ୍ରଦାନ କରିବାକୁ ମୁଖ୍ୟ ଶାସନ ସଚିବ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକଳ୍ପ ପାଇଁ ଚୟନ କରିଥିବା ସ୍ଥାନକୁ ପ୍ରଶଂସା କରିଛନ୍ତି ଏବଂ ବର୍ଜ୍ୟବସ୍ତୁ ପରିଚାଳନା ଓ ଜଳ ସଂରକ୍ଷଣ ସଂରଚନା ପାଇଁ ଯୋଜନା କରିବାକୁ ସଂଲଗ୍ନ ପାହାଡ ଏବଂ ଜଳ ସମ୍ପଦ ବିଭାଗରେ ବୃକ୍ଷରୋପଣ କରାଯିବାକୁ ପରାମର୍ଶ ଦେଇଛନ୍ତି। ପ୍ରକଳ୍ପ ସ୍ଥାନରେ ଗଛ ଲଗାଇବାକୁ ପରାମର୍ଶ ଦେଲେ ମୁଖ୍ୟ ଶାସନ ସଚିବ । ୪୫୦ କୋଟି ଟଙ୍କାରେ ନିର୍ମାଣ ହେଉଛି ମେଡିକାଲ । ୩୦ ମାସ ମଧ୍ୟରେ ଫୁଲବାଣୀରେ ମେଡିକାଲ କଲେଜ କାମ ସମ୍ପୂର୍ଣ୍ଣ ହେବ । ମେଡିକାଲ କଲେଜରେ ୧୦୦ ସିଟ୍ ଓ ମେଡିକାଲରେ ୫୦୦ ଶଯ୍ୟା ରହିବ । ରୋଗୀଙ୍କ ସହ ଆସୁଥିବା ଲୋକଙ୍କ ପାଇଁ ସବୁ ସୁବିଧା ଯୋଗାଇବାକୁ ପରାମର୍ଶ ଦେଲେ ୫ଟି ସଚିବ ଭି. କେ. ପାଣ୍ଡିଆନ ।






More Stories
ବନ୍ୟା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……
ବ୍ୟବସାୟୀ ଅପହରଣ ମାମଲା: ପୋଲିସ-ସାମ୍ବାଦିକ ଗିରଫ…..