ରିପୋର୍ଟ କାର୍ଡ / ଭୁବନେଶ୍ବର
ସାରା ରାଜ୍ୟରେ ଖରା ସାଙ୍ଗକୁ ଗୁଳୁଗୁଳି କଲବଲ କରୁଥିବା ବେଳେ ବିଦ୍ୟୁତ କାଟ୍କୁନେଇ ବଢିଛି ସମସ୍ୟା | ରାଜ୍ୟର ବିଭିନ୍ନ ଭାଗରୁ ପାୱାର କଟ ନେଇ ଅଭିଯୋଗ ଆସୁଛି। ଏହାକୁ ନେଇ ମୁଖ୍ୟ ଶାସନ ସଚିବ କ୍ଷୋଭ ପ୍ରକାଶ କରିବା ସହ ଶକ୍ତି ବିଭାଗକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ତେବେ ପାୱାର କଟକୁ ନେଇ ଏବେ ରାଜ୍ୟ ରାଜନୀତି ଜୋର ଧରିଛି। ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ଏହାର ସ୍ପଷ୍ଟୀକରଣ ଦେଇଛି ଟାଟା ପାୱାର। ଯଦି କାଳ ବୈଶାଖୀରେ ଏମିତି ହେଉଛି ବାତ୍ୟା ହେଲେ କଣ କରିବ? ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଶକ୍ତି ବିଭାଗକୁ ଏଭଳି କିଛି କଡ଼ା ଭାଷାରେ ତାଗିଦ କରିଛନ୍ତି। ଏନେଇ ଲୋକ ଅସନ୍ତୋଷ ତେଜିବାରୁ ଆରମ୍ଭ ହୋଇଥିଲା ତନାଘନା ବୈଠକ । କେବଳ ଭୁବନେଶ୍ବର କାହିଁକି ଗତ କିଛି ଦିନ ଭିତରେ ପାୱାରକଟକୁ ନେଇ ରାଜ୍ୟର ବିଭିନ୍ନ ଭାଗରୁ ଜନ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଆଉ ଗତକାଲି ରାଜଧାନୀରେ ଦୀର୍ଘ ସମୟ ପାୱାରକଟ ସୃଷ୍ଟି କରିଥିଲା ତୀବ୍ର ପ୍ରତିକ୍ରିୟା। ଯାହାକୁ ନେଇ ମୁଖ୍ୟ ଶାସନ ସଚିବ ଟ୍ବିଟ କରି କ୍ଷୋଭ ପ୍ରକାଶ କରିଥିଲେ ମନ୍ଥର କାର୍ଯ୍ୟକୁ ନେଇ ତାଗିଦ କରିଥିଲେ। ଗାଁରେ ବିଦ୍ୟୁତ କାଟ ନେଇ ପୂର୍ବରୁ ଅଭିଯୋଗ ଆସୁଥିଲା । ଗତକାଲି ରାଜଧାନୀ ଅନ୍ଧାର ହେବା ପରେ ମୁଖ୍ୟଶାସନ ସଚିବ ଟ୍ବିଟ କରି କ୍ଷୋଭ ପ୍ରକାଶ କରିଛନ୍ତି। ଏହା ଶକ୍ତି ଯୋଗାଣକାରୀ କମ୍ପାନି ପାଇଁ ସକ ଲଗାଇଛି ନିଶ୍ଚୟ । ତେବେ ପାୱାର କଟକୁ ନେଇ ରାଜ୍ୟ ରାଜନୀତିରେ ଯେମିତି ଏବେ ୪୪୦ ଭୋଲଟ ଲାଗିଛି। ଯେତେଭେଳେ ଖୋଦ୍ ମୁଶ୍ୟ ଶାସନ ସଚିବ ବିଜୁଳି ବିତରକ କମ୍ପାନୀର କାର୍ଯ୍ୟ ଉପରେ ଅସନ୍ତୋଷ ସେତେବେଳେ ସାରା ଓଡିଶାକୁ ବିଜୁଳି ବିତରଣ କରୁଥିବା ଟାଟା ପାୱାରର ମନମାନି କିଭଳି ଏଭଳି କିଛି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ବିଜେପି ଅଭିଯୋଗ କରିଛି, ସରକାର ନିଜେ ବହୁ ଟଙ୍କା ଖର୍ଚ୍ଚ କରି ଭୁତଳ କେଵଲିଂର ଯୋଜନା କରିଥିଲେ। ହେଲେ ସାଧାର ଝଡ଼ ବର୍ଷାରେ ଗାଁରୁ ରାଜଧାନୀ ଅନ୍ଧାର ରହୁଛି। କଂଗ୍ରେସ କହିଛି, ଟାଟା ପାୱାର କମ୍ପାନୀ ଉପରେ ରାଜ୍ୟ ବିଦ୍ୟୁତ ବିଭାଗର ଅଙ୍କୁଶ ନାହିଁ।
More Stories
ବିଜେଡି ଛାଡ଼ିଲେ ରଘୁପତି ମହାନ୍ତି…..
ୟପିରୁ ଆସିଲା ଆଳୁ….
କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ…..