ରିପୋର୍ଟ କାର୍ଡ / ଭୁବନେଶ୍ବର
ଆସନ୍ତା ୧୭ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ ଢେଙ୍କାନାଳରେ ବିଜେପିର ମହା ଜନସମ୍ପର୍କ ଯାତ୍ରାରେ ଯୋଗ ଦେବେ। ଏ ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସାଧାରଣା ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ମୋଦିଙ୍କ ୯ ବର୍ଷ ସଫଳତା ବିଷୟରେ ଲୋକଙ୍କୁ ବୁଝାଇବା ସହ ରାଜ୍ୟ ସରକାରଙ୍କର ବିଫଳତା ବିଷୟରେ ଲୋକଙ୍କୁ କହିବେ। ଶାହ ଢେଙ୍କାନାଳରେ ବିଜେପିର ମହା ଜନସମ୍ପର୍କ ଯାତ୍ରାରେ ସାମିଲ ହେବା ଅବସରରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ। ସେ ଢେଙ୍କାନାଳ ଜିଲ୍ଲାର କାର୍ଯ୍ୟକର୍ତ୍ତାଙ୍କ ସହ ୨୦୨୪ ନିର୍ବାଚନ ସଂପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
More Stories
ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗଦେବେ ରାଷ୍ଟ୍ରପତି….
ବିଜେଡି ଛାଡ଼ିଲେ ରଘୁପତି ମହାନ୍ତି…..
ୟପିରୁ ଆସିଲା ଆଳୁ….