Report Card Odisha

| Daily Odia News

ପଟିଆ ଷ୍ଟେସନ ନିକଟରୁ ଅପହରଣ ହୋଇଥିବା ଶିଶୁ ଉଦ୍ଧାର……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପଟିଆ ଷ୍ଟେସନ ନିକଟରୁ ଅପହରଣ ହୋଇଥିବା ବର୍ଷକର ଶିଶୁ କଟକରୁ ଉଦ୍ଧାର ହୋଇଛି। ଶିଶୁଟି ଉଦ୍ଧାର ନେଇ ମଞ୍ଚେଶ୍ୱର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପାରିବାରିକ କଳହ କାରଣରୁ ଶିଶୁଟିକୁ କେହି ସମ୍ପର୍କୀୟ ଅପହରଣ କରିନେଇଥିବା ପୋଲିସ କହିଛି | ଗତକାଲି ଷ୍ଟେସନ ନିକଟ ବଜାର ନିକଟରେ କିଛି ଦୁର୍ବୃତ୍ତ କାର୍‌ରେ ଆସି ମାଆ ପାଖରୁ ଶିଶୁଟିକୁ ଛଡ଼ାଇ ନେଇଥିଲେ। ଏନେଇ ପରିବାର ଲୋକେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରିବା ସହ ଖୋଳତାଡ଼ କରିଥିଲା। ପରେ ଶିଶୁଟିକୁ କଟକରୁ ଉଦ୍ଧାର କରିଛି। ଅପହର୍ତ୍ତାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି |

Breaking News