Report Card Odisha

| Daily Odia News

ବିଧାୟକଙ୍କ ଗାଡି ଉପରକୁ ଅଣ୍ଡାମାଡ଼!….

Domestic Trade and Consumer Affairs Ministry enforcement officers conduct checks on prices of eggs at Pasar Pelabuhan Klang in Port Klang December 13, 2021. — KK SHAM/The Star

ରିପୋର୍ଟ କାର୍ଡ / ଚିଲିକା

ଚିଲିକାର ପୂର୍ବତନ ବିଧାୟକ ତଥା BJD ନେତା ରଘୁନାଥ ସାହୁଙ୍କ ଗାଡି ଉପରକୁ ଅଣ୍ଡାମାଡ଼ ହୋଇଛି ।  ବାଣପୁର NAC ର ଜଗନ୍ନାଥପୁର ବିଷରପାଟଣା ଛକରେ ଘଟିଛି ଏହି ଘଟଣା । ଖବର ଅନୁଯାୟୀ, ଚା’ ଖଟିରେ ରଘୁନାଥ ଯୋଗ ଦେଇଥିବା ବେଳେ, ଅନ୍ୟ ଏକ ଗୋଷ୍ଠୀ ଆସି ହଠାତ୍ ତାଙ୍କ ଗାଡ଼ି ଉପରକୁ ଅଣ୍ଡା-ଟମାଟୋ ମାଡ଼ କରିଥିଲେ । ଫଳରେ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖାଦେଇଥିଲା । ସେଠାରେ ଉପସ୍ଥିତ ଥିବା ସାଧାରଣ ଜନତା ଙ୍କ ଉପରେ ଅଣ୍ଡା ଆଉ ଟମାଟୋ ମଧ୍ୟ ପଡିଥିଲା । ଫଳରେ ଅଣ୍ଡା-ଟମାଟୋ ମାଡ କରୁଥିବା ୨୦/୩୦ ଯୁବକଙ୍କ ସହିତ ସ୍ଥାନୀୟ ଲୋକଙ୍କ ମଧ୍ୟରେ ହୋ-ହଲ୍ଲା ହୋଇଥିଲା । ଅଣ୍ଡା-ଟମାଟୋ ମାଡ କରିଥିବା ଯୁବକଙ୍କ ବିରୁଦ୍ଧରେ ସ୍ଥାନୀୟ ଲୋକମାନେ ବାଣପୁର ଥାନାରେ ଏତଲା ଦାଏର କରିଛନ୍ତି ।

Breaking News