ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆପଣ କେବେ ଚିଲି ଆଳୁ ଖାଇଛନ୍ତି | କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଚିଲି ଆଳୁର ରେସିପି ଆଣିଛୁ।ଏହାକୁ କିପରି ପ୍ରସ୍ତୁତ କରିବେ ଏବଂ କଣ ଆବଶ୍ୟକ ଉପକରଣ ରହିଛି ଆସନ୍ତୁ ଜାଣିବା |
- ୨ ଚାମଚ କର୍ଣ୍ଣଫ୍ଲୋର
- ୨୫୦ ଗ୍ରାମ ଆଳ
- ୨ ଟେବୁଲ୍ ଚାମଚ ବଟର
- ୪ଟା କଟା କଞ୍ଚା ଲଙ୍କା
- ୨ ଚାମଚ କଟା ରସୁଣ
- ୧/୪ ଖାଇବା ରଙ୍ଗ
- ୨ ଚାମଚ ଟମାଟୋ କେଚପ୍
- ୨ଟି କଟା ପିଆଜ
- ୨ ଚାମଚ ଭିନେଗାର
- ୨-୩ ଚାମଚ ସୋୟା ସସ୍
- ୧ ଚାମଚ ଗୋଲ୍ ମରିଚ
- ସ୍ୱାଦ ଅନୁସାରେ ଲୁଣପ୍ରସ୍ତୁତ
- ପ୍ରଣାଳୀ-
ପ୍ରଥମେ ଆଳୁକୁ ଛାଣି ଆଙ୍ଗୁଠି ପରି କାଟି ଦିଅ। ଅଧିକ ତାପମାତ୍ରାରେ କଟା ଆଳୁକୁ ମାଇକ୍ରୋୱେଭରେ ୧୦ ମିନିଟ୍ ପାଇଁ ଗରମ କରନ୍ତୁ । ଏହା ପରେ ଓହ୍ଲେଇ ଥଣ୍ଡା ହେବା ପାଇଁ ଏହାକୁ ଅଲଗା ରଖନ୍ତୁ। ପରେ, ଏକ ମାଇକ୍ରୋୱେଭ୍ ପାତ୍ରରେ ଲହୁଣୀ ରଖନ୍ତୁ ଏବଂ ମାଇକ୍ରୋୱେଭ୍କୁ ୩୦ ସେକେଣ୍ଡ ପାଇଁ ଅଧିକ ତାପମାତ୍ରାରେ ଗରମ କରନ୍ତୁ। ଏହି ପାତ୍ରରେ କଟା ରସୁଣ, ପିଆଜ ଏବଂ କଞ୍ଚା ଲଙ୍କା ପକାନ୍ତୁ ଏବଂ ଏହାକୁ ପୁଣି ଥରେ ୧୦୦% ଶକ୍ତିରେ ୨ ମିନିଟ୍ ପାଇଁ ମାଇକ୍ରୋୱେଭ୍ କରନ୍ତୁ। ଏଥିରେ ଆଳୁକୁ ପକେଇ ଭଲ ଭାବେ ମିଶେଇ ଦିଅନ୍ତୁ ଏବଂ ତା’ପରେ ପ୍ରାୟ ଅଧା କପ୍ ପାଣି ଦେଇ ଗୋଳି ଦିଅନ୍ତୁ ଏବଂ ଏଥିରେ କର୍ଣ୍ଣଫ୍ଲୋର ପକାନ୍ତୁ।
ଏଥିରେ ସୋୟା ସସ୍, ଟମାଟୋ ସସ୍, ଭିନେଗାର, ଖାଇବା ରଙ୍ଗ, ଲୁଣ ଏବଂ ହଳଦୀ ପକେଇ ଏହାକୁ ମାଇକ୍ରୋୱେଭରେ ପ୍ରାୟ ୫ ମିନିଟ୍ ପର୍ଯ୍ୟନ୍ତ ଗରମ କରନ୍ତୁ। ଏବେ ତୁମର ଚିଲି ଆଳୁ ପ୍ରସ୍ତୁତ। ଏହାକୁ ଗରମ ଗରମ ପରଷି ଏହାର ମଜ୍ଜା ନିଅନ୍ତୁ।
More Stories
ଚାଉଳ ରେ ବନାନ୍ତୁ ରସଗୋଲା…..
କଙ୍କଡ଼ା ନଡ଼ିଆ ରସା…..
ଆଉ ରେକର୍ଡିଙ୍ଗ କରିପାରି ବେନି କଲ୍ …..