ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦକ୍ଷିଣ ପଶ୍ଚିମ ଚୀନର ସିଚୁଆନ୍ ପ୍ରଦେଶରେ ବଡ ଧରଣର ଭୂମିକମ୍ପରେ ଅନେକ କ୍ଷୟକ୍ଷତି ହୋଇଛି। ଏଥିରେ ମୃତ୍ୟୁ ସଂଖ୍ୟା ୬୫କୁ ବୃଦ୍ଧି ପାଇ ଥିବାବେଳେ ୧୬ ଜଣ ଏବେ ମଧ୍ୟ ନିଖୋଜ ରହିଛନ୍ତି। ଭୂକମ୍ପର ଝଟକା ଏତେ ଜୋର ଥିଲା ଯେ ନେକ କ୍ଷତି ଘଟିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦ ହଜାର ଲୋକଙ୍କ ଘରେ ବିଦ୍ୟୁତ ସେବା ବିଛିନ୍ନ ହୋଇଛି । ବଡ ବଡ କୋଠା ଧ୍ୱଂସ ହୋଇଥିବା ବେଳେ ପ୍ରଭାବିତ ହୋଇଥିବା ଅଞ୍ଚଳରେ ପ୍ରାୟ ୫୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହା ବ୍ୟତୀତ ୬,୫୦୦ରୁ ଅଧିକ ଉଦ୍ଧାରକାରୀ ଦଳ, ୪ଟି ହେଲିକେପ୍ଟର ଓ ୧୧୦୦ ଅଗ୍ନିଶମ କର୍ମଚାରୀରୁ ଘଟଣା ସ୍ଥଳରେ ନିୟୋଜିତ କରାଯାଇଛି। ସୂଚନା ଯୋଗ୍ୟ, ସୋମବାର ଲୁଡିଙ୍ଗ କାଉଣ୍ଟିରେ ଏହି ବଡ଼ ଧରଣର ଭୂମିକମ୍ପ ହୋଇଥିବା ବେଳେ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ରହିଥିଲା। ମଧ୍ୟାହ୍ନ ୧୨ଟା ୨୫ ମିନିଟ୍ ସମୟରେ ଭୂମିକମ୍ପ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ୨୯.୫୯ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୧୦୨.୦୮ ଡିଗ୍ରୀ ପୂର୍ବ ଦ୍ରାଘିମା ୧୬ କିଲୋମିଟର ଗଭୀରରେ ଥିଲା ବୋଲି କୁହାଯାଇଛି । ପୂର୍ବରୁ ମଧ୍ୟ ସିଚୁଆନ୍ ପ୍ରଦେଶରେ ଭୂକମ୍ପ ହୋଇଥିଲା । ଅନେକ କ୍ଷୟକ୍ଷତି ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା ।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..