ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚାଇନା ଦେଶରେ ବିଭିନ୍ନ ପ୍ରକାର ନିୟମ ଲାଗୁ କରି ଶୃଙ୍ଖଳା ବ୍ୟବସ୍ଥାକୁ କଡାକଡି କରିବାକୁ ଚାହୁଁଛି | ଆମେରିକୀୟ ଟେକ୍ କମ୍ପାନୀ ବ୍ୟତୀତ ବିଦେଶୀ କମ୍ପାନୀଗୁଡ଼ିକୁ ଟାର୍ଗେଟ କରିଛି ଚାଇନା। ଦେଶରେ ନିର୍ଦ୍ଦେଶ ଜାରି କରିଛି ଯେ, ସରକାରୀ ଏଜେନ୍ସିରେ କାର୍ଯ୍ୟ କରୁଥିବା ଲୋକମାନେ ଆପଲ କିମ୍ବା ବିଦେଶୀ କମ୍ପାନୀର ଫୋନ ବ୍ୟବହାର କରିବେ ନାହିଁ। ସେହି ଫୋନ୍ଗୁଡିକୁ ଅଫିସ ଆଣିବା ପାଇଁ ମଧ୍ୟ ବାରଣ କରାଯାଇଛି। କେବଳ ଏତିକି ନୁହେଁ, ଚାଟ ଗ୍ରୁପ ଏବଂ ମିଟିଂ ପାଇଁ ବିଦେଶୀ କମ୍ପାନୀର ପ୍ଲାଟଫର୍ମ ବ୍ୟବହାର ନ କରିବାକୁ କୁହାଯାଇଛି। ସରକାରଙ୍କର ଭାବନାକୁ ଆଘାତ ଦେଉଥିବ ପୋଷାକ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଯଦି ସେହି ପୋଷାକ କାହାର ଭାବନାକୁ ଆଘାତ କରେ, ତେବେ ଅଭିଯୁକ୍ତଙ୍କୁ ଜରିମାନା ଓ ଜେଲ ଦଣ୍ଡ ମିଳିବ। ଦାଢି ରଖିଲେ ଜେଲ ହୋଇପାରେ। ଦାଢି ବଢିଲେ ୬ ବର୍ଷ ଜେଲ ଦଣ୍ଡାଦେଶ ଭୋଗିବାକୁ ପଡିବ। ଏହି କାରଣରୁ ଇସଲାମରେ ବିଶ୍ୱାସ କରୁଥିବା ଲୋକଙ୍କ ପାଇଁ ଚାଇନାରେ ରହିବା କଷ୍ଟକର ହୋଇପଡୁଛି। ଚାଇନାରେ ମୁସଲମାନମାନଙ୍କର ସ୍ବାଧୀନତା ଏବଂ ଅଧିକାରକୁ ନେଇ କ୍ରମାଗତ ଭାବେ ପ୍ରଶ୍ନ ଉଠିଛି। ବିଶେଷକରି ଚାଇନାର ଜିନଜିଆଙ୍ଗରେ ଏହି ନିୟମ କଡାକଡି ଭାବେ କାର୍ଯ୍ୟକାରୀ ହୋଇଛି କାରଣ ସେଠାରେ ମୁସଲମାନମାନଙ୍କ ସଂଖ୍ୟା ଅଧିକ। ବିବିସି ରିପୋର୍ଟ ଅନୁଯାୟୀ ଚାଇନା ସରକାରଙ୍କ ଏହି ନିୟମ ଇସଲାମ ବିରୋଧୀ ବୋଲି କୁହାଯାଉଛି। ଚାଇନାବାସୀ କଣ ଦେଖିବେ ଏବଂ କଣ କରିବେ ନାହିଁ ତାହା ମଧ୍ୟ ଏଠାରେ ସରକାର ସ୍ଥିର କରିଛନ୍ତି। ଯଦି କୌଣସି ବ୍ୟକ୍ତି ଦେଶରେ ନିଷିଦ୍ଧ ହୋଇଥିବା କଣ୍ଟେଣ୍ଟ ବା ବିଷୟବସ୍ତୁ ଦେଖନ୍ତି, ତେବେ ସେ ଦଣ୍ଡ ଭୋଗବେ। ଆଡଲ୍ଟ କଣ୍ଟେଣ୍ଟ ୧୮ବର୍ଷରୁ କମ୍ ନାବାଳକଙ୍କୁ ଦେଖିବା ପାଇଁ ମନା କରାଯାଇଥାଏ। କୌଣସି ବ୍ୟକ୍ତି ମୋବାଇଲରେ ଆଡଲ୍ଟ କଣ୍ଟେଣ୍ଟ ଦେଖିଲେ ସେ ତିନି ବର୍ଷ ଯାଏଁ ଜେଲଦଣ୍ଡ ଭୋଗିବେ। ଜସ୍ମିନ ଫୁଲ ଓ ନାମ ଉପରେ ଚାଇନା ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଏହି ନାମକୁ ଇଣ୍ଟରନେଟ୍ରେ ମଧ୍ୟ କେହି ସର୍ଚ୍ଚ କରିପାରିବେ ନାହିଁ। ବେଜିଂ ସମେତ ଦେଶର ଅନେକ ସହରର ବଜାରରେ ଏହି ଫୁଲକୁ ବେଆଇନ ଘୋଷଣା କରାଯାଇଛି। ଟ୍ୟୁନିସିଆ-ଜସ୍ମିନ ବିପ୍ଳବ ପରେ ଚାଇନା ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଚାଇନା କମ୍ପାନୀଗୁଡିକ ଅନ୍ୟ ଦେଶରେ ଭିଡିଓ ଗେମ ଲଞ୍ଚ କରି ବହୁ ଅର୍ଥ ଉପାର୍ଜନ କରୁଛନ୍ତି। କିନ୍ତୁ ଏହାକୁ ନିଜ ଦେଶରେ ନିଷିଦ୍ଧ କରିଛନ୍ତି। କେବଳ ଏତିକି ନୁହେଁ, ଦେଶରେ ସ୍ଥାନାନ୍ତରଣକୁ ନେଇ କଡା ନିୟମ ରହିଛି। କୌଣସି ବ୍ୟକ୍ତି ସରକାରଙ୍କୁ ସୂଚନା ନ ଦେଇ ଦୀର୍ଘ ସମୟ ଧରି ଦେଶର ଅନ୍ୟ ଏକ ସ୍ଥାନରେ ରହିପାରିବେ ନାହିଁ। ଯଦି କୌଣସି ବ୍ୟକ୍ତି ସେହି ଅଞ୍ଚଳରେ ସ୍ଥାୟୀ ବାସିନ୍ଦା ନ ହୋଇ ମଧ୍ୟ ଦୀର୍ଘ ଦିନ ଯାଏଁ ରହୁଛନ୍ତି ତେବେ ତାଙ୍କୁ ଏକ ଅସ୍ଥାୟୀ ବାସିନ୍ଦା ଅନୁମତି ପତ୍ର ରଖିବାକୁ ପଡିବ।






More Stories
ଭାରତ-ବାଂଲାଦେଶ ତିକ୍ତତା ବୃଦ୍ଧି….
ପ୍ରଦୂଷଣ ଆମ ପାଇଁ ହୋଇଛି : ନୀତିନ ଗଡକରୀ……
ବାଂଲାଦେଶରେ ଘରୁ ବାହାରିବା ଏବଂ ନାମ କହିବାକୁ ଡରୁଛନ୍ତି……